କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ରେଡ୍ । ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ-୩ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । କସମୋପଲିସର ଗୋଟିଏ ଫ୍ଲାଟରେ ଚଢ଼ାଉ । ଭିଜିଲାନ୍ସର ୧୫ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଥିଲେ ।
ଭିଜିଲାନ୍ସ ଚଢ଼ାଉ ବେଳେ ବାବୁ ଜଣକ ଟଙ୍କା ବ୍ୟାଗ ଫୋପାଡ଼ିଦେଇଥିବା ସୂଚନା ମିଳିଛି । ଘରୁ ମିଳିଲାଣି ଦାମୀ ବ୍ରାଣ୍ଡର ଚଷମା, ଘଣ୍ଟା, ହୀରା ବି ମିଳିଛି । ତେବେ ସୁନା ହାର ସହ ଅନ୍ୟ ସୁନା ଅଳଙ୍କାର ବି ଜବତ କରିଛି ଭିଜିଲାନ୍ସ । ଅନେକ ଦିନ ଧରି ବାବୁ ଜଣକ ଭିଜିଲାନ୍ସ ସ୍କାନରରେ ଥିଲେ । ନିକଟରେ ୨ ଜଣ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ସେମାନଙ୍କଠାରୁ ବିପୁଳ ପରିମାଣର ଟଙ୍କା ସୁନା ଜବତ କରାଯାଇଥିଲା ବେଳେ ବାବୁଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/30/36-2025-07-30-13-59-19.jpg)