କନକ ବ୍ୟୁରୋ: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଉ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । କଟକ ବାରଙ୍ଗ ଅଞ୍ଚଳର ବିଶ୍ୱରଞ୍ଜନ ବେହେରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅରିଜିନାଲ ସାର୍ଟିଫିକେଟ ସଂଗ୍ରହ କରୁଥିଲା ବିଶ୍ୱରଞ୍ଜନ । ଏହି ଦୁର୍ନୀତି ଘଟଣାରେ ବଢୁଛି ଗିରଫଦାରୀ ସଂଖ୍ୟା  । ୨ ଜଣଙ୍କୁ ଜେରା ପରେ କୋର୍ଟ ଚାଲଣ କରାଯାଇଛି  । ଶଙ୍କର ପୃଷ୍ଟିର ପାଖ ଲୋକ ସହ ଆଉ ଜଣଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି । ଏହି ଗ୍ୟାଙ୍ଗ ବିଭିନ୍ନ ରାଜ୍ୟରେ ଅପରେଟ୍‌ କରୁଛି । ଶଙ୍କର ପୃଷ୍ଟି ପଞ୍ଚ ସଫ୍ଟ କମ୍ପାନି ଡିଏଲ୍‌ଏଫ୍ ଵିଲଡିଂରେ ଚଳାଉଛି । ପରୀକ୍ଷା କେନ୍ଦ୍ର ଗୁଡିକର ଵାୟୋମେଟ୍ରିକ କାମ ଥିଲା ଶଙ୍କର ପୃଷ୍ଟି କମ୍ପାନିର । ଏପଟେ ଏସ.ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ-ଓପିଆରବିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା  । ଯାହା ଘଟଣା ଘଟିଛି ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା କହିଛନ୍ତି ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ । 

Advertisment