କନକ ବ୍ୟୁରୋ : ଆଉ ୫ ହଜାର ଡାକ୍ତରଙ୍କୁ ଖୁବ ଶୀଘ୍ର ମିଳିବ ନିଯୁକ୍ତି । ସମ୍ବାଦ ନ୍ୟୁଜ୍ କନକ୍ଲେଭରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ଆର୍ଥିକ ବର୍ଷରେ ୫ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏଥିସହିତ ୩ ହଜାର ପାରାମେଡିକସଙ୍କୁ ନିଯୁକ୍ତି ମିଳିବ ।
ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଗାମୀ ଆର୍ଥିକ ବର୍ଷରେ ଆଉ ୨ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ୮ ବିଏସସି ନସିଂ କଲେଜ ପାଇଁ ଯୋଜନା ରହିଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ଲକ୍ଷ୍ୟ ରହିଛି । ଏଥିସହିତ ସବୁ ମେଡିକାଲ କଲେଜରେ ପିିଜି ଖୋଲିବାକୁ ଲକ୍ଷ୍ୟ ରହିଛି । ୧୫ ଶହ ପିଜି ସିଟ୍ ମେଡିକାଲ କଲେଜରେ ଅଛି । ଏହାକୁ ବଢାଇବାକୁ ପଦକ୍ଷେପ ନିଆଯିବ । ସବୁ ଗ୍ରାମ ପଞ୍ଚାୟତରେ ଆରୋଗ୍ୟ ମନ୍ଦିର ହେବ ବୋଲି ହେଲଥ କନକ୍ଲେଭରେ ସୂଚନା ଦେଇ କହିଛନ୍ତି ଶ୍ରୀ ମହାଲିଙ୍ଗ ।