କନକ ବ୍ୟୁରୋ: ଆଉ ୧ ଘଣ୍ଟା ଧରି ଚାଲିବ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା। ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟାର ଶେଷଭାଗ । ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ହେବ ଦୁର୍ବଳ । ପୂର୍ବାହ୍ନ ବେଳକୁ ଭୀଷଣ ବାତ୍ୟାରୁ ବାତ୍ୟାରେ ହେବ ପରିଣତ ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି ଭୟଙ୍କର ବାଲିଝଡ଼ର ଦୃଶ୍ୟ। ସେପଟେ ସମୁଦ୍ରରେ ମଧ୍ୟ ଦେଖିବାକୁ ମିଳିଛି ଉଚ୍ଚ ଜୁଆର। ବାରମ୍ବାର ବର୍ଷା ସହ ଅଧିକ ବେଗରେ ପବନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/25/KiC3w9muqcGVoPpH9sz1.jpg)