କନକ ବ୍ୟୁରୋ : ‘ଅସର’ରେ ପାଠର ଅସଲ ଚିତ୍ର । ଅସର ଧରାଇ ଦେଲା ପାଠପଢ଼ାର ଅସଲ ମାନ । ପାଠରେ ପଛୁଆ ହେଉଛନ୍ତି ପ୍ରାଥମିକ ସ୍କୁଲ ପିଲା । ୩ୟ ଶ୍ରେଣୀର ୬୨.୩ ପ୍ରତିଶତ ପିଲା ଜାଣିନାହାନ୍ତି ଫେଡ଼ାଣ । ୫ମ ଶ୍ରେଣୀର ୪୨.୮ ପ୍ରତିଶତ ପିଲାଙ୍କୁ ଆସୁନି ଦ୍ୱିତୀୟ ଶ୍ରେଣୀର ପାଠ । ଏବେ ବି ସ୍କୁଲ ଆସୁନାହାନ୍ତି ୭.୨ ପ୍ରତିଶତ ପୁଅ । ରାଜ୍ୟର ୫.୯ ପ୍ରତିଶତ ଝିଅ ଆସୁନାହାନ୍ତି ସ୍କୁଲ ।
ଆସିଲା ‘ଅସର-୨୦୨୪’ ରିପୋର୍ଟ । ୩୦ ଜିଲ୍ଲାରେ ୯୦୦ ଗାଁରେ ସର୍ଭେ କରିଥିଲା ଅସର । ସେପଟେ ଡିଜିଟାଲ ସାକ୍ଷରତାରେ ଆଗୁଆ ରହିଛନ୍ତି ଓଡ଼ିଶା ପିଲା । ୧୪ରୁ ୧୬ ବର୍ଷର ପିଲାଙ୍କୁ ଜଣା ସ୍ମାର୍ଟଫୋନ୍ ବ୍ୟବହାର । ତେବେ ସ୍ମାର୍ଟଫୋନ୍ ବ୍ୟବହାର କରିଜାଣିନ୍ତି ୮୦.୯ ପ୍ରତିଶତ ପିଲା । ୭୭.୬ ପ୍ରତିଶତ ପିଲା ବ୍ୟବହାର କରୁଛନ୍ତି ସୋସିଆଲ ମିଡିଆ । ୭୧.୪ ପ୍ରତିଶତ ପିଲାଙ୍କୁ ଜଣା ଇଣ୍ଟରନେଟ ବ୍ରାଉଜିଙ୍ଗ ।
ସେପଟେ ଆଧାର କାର୍ଡ ନଥିଲେ ପାଠପଢାରୁ ବଞ୍ଚିତ ହେବେ ହଜାର ହଜାର ଛାତ୍ରଛାତ୍ରୀ । ଆଧାର କାର୍ଡ ଦାଖଲ ନକଲେ ଛାତ୍ରଛାତ୍ରୀ ପାଇବେ ନାହିଁ ସାର୍ଟିଫିକେଟ । ବିଦ୍ୟାଳୟରେ ଆପାର ଆଇଡି ପ୍ରକ୍ରିୟା ଆରମ୍ଭ ହେବାରୁ ଦ୍ୱନ୍ଦରେ ପଡିଲେଣି ଛାତ୍ରଛାତ୍ରୀ ଓ ଅଭିଭାବକ । ସମସ୍ତ ଛାତ୍ରଛାତ୍ରୀଙ୍କର ପରିଚୟ ପତ୍ର ମାଗିଲେଣି ସ୍କୁଲ କର୍ତ୍ତୃପକ୍ଷ । ପରିଚୟ ପତ୍ର ଦାଖଲ ନକଲେ ଆଗକୁ ସରକାରୀ ସୁବିଧା ବି ମିଳିନପାରେ ବୋଲି ପରୋକ୍ଷରେ ଜଣାଇଦେଲେଣି ସ୍କୁଲ କର୍ତ୍ତୃପକ୍ଷ ।