ସରଗମ ମ୍ୟୁଜିକ କ୍ଲାସେସ୍‌ର ବାର୍ଷିକ ଉତ୍ସବ ପାଳିତ । ମୁଖ୍ୟ ଆକର୍ଷଣ ଥିଲେ ଭାଇରାଲ୍ ବଏ ଶାନ୍ତନୁ

ସରଗମ ମ୍ୟୁଜିକ କ୍ଲାସେସ୍‌ର ବାର୍ଷିକ ଉତ୍ସବ ଗତକାଲି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶ୍ରୀମତୀ ତୃପ୍ତି ଦାସଙ୍କୁ ସରଗମ ସମ୍ମାନରେ ସମ୍ମାନିତ କରାଯାଇଛି ।

WhatsApp Image 2024-10-25 at 8.39.00 AM

କନକ ବ୍ୟୁରୋ : ସରଗମ ମ୍ୟୁଜିକ କ୍ଲାସେସ୍‌ର ବାର୍ଷିକ ଉତ୍ସବ ଗତକାଲି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶ୍ରୀମତୀ ତୃପ୍ତି ଦାସଙ୍କୁ ସରଗମ ସମ୍ମାନରେ ସମ୍ମାନିତ କରାଯାଇଛି । ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ଇଂଜିନିୟର କମଳାକାନ୍ତ ମହାନ୍ତି, ଲାୟନସ୍‌ର ପୂର୍ବତନ ସଭାପତି ଶ୍ରୀ ରାମ ପ୍ରସାଦ ପାତ୍ର, ସିନେକ୍ରିଟକ୍ ସଂପାଦକ ଶ୍ରୀ ଦଲିପ୍ ହାଲୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ପିୟୁଷ ମହାନ୍ତି, ଗୁରୁ ଶ୍ରୀ ରଜନୀକାନ୍ତ ପାଢି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ । କଣ୍ଠଶିଳ୍ପୀ ରିତିକା ରିମ୍‌ଝିମ୍‌ଙ୍କ ଦ୍ଵାରା ସଂଯୋଜିତ ରାଗ ମାଲକୋସ୍‌ରେ ଏକ ବୃନ୍ଦଗାନରୁ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ବରଦା, କିଶୋର, ପ୍ରୀୟ, ପ୍ରଶାନ୍ତ, ଦୁଷ୍ମନ୍ତ ଏବଂ ଉମା ପ୍ରମୁଖଙ୍କ ବାଦ୍ୟଯନ୍ତ୍ର ସହଯୋଗରେ ବିଭିନ୍ନ ଗୀତକୁ ରିତିକା, ଚିତ୍ତରଞ୍ଜନ, ସପନ, ପ୍ରଜ୍ଞା, ପରେଶ , ରାଜୁ, ଆଦ୍ୟାଶା, ଅଧୂରାଜ, ରିତେଶ, ପ୍ରମୁଖ କଣ୍ଠଶିଳ୍ପୀମାନେ ନିଜର ସୁମଧୁର ସ୍ବରରେ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

ଏଥି ସହିତ କାର୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଭାଇରାଲ୍ ବଏ ଶାନ୍ତନୁ। ଉଦଘୋଷକ ଗୁଲସନ ନ‌ଦୀମ ଓ ଅଧକ୍ଷ ରୁଦ୍ର ନାୟକ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସଚିବ ଶ୍ରୀମତୀ ଅନୁକା ଜେନା ଅନୁଷ୍ଠାନର ମୂଳ ଲକ୍ଷ୍ୟ ସଂଗୀତ କ୍ଷେତ୍ରରେ କେମିତି ଆଗକୁ ଆହୁରି ଅନନ୍ୟ ପ୍ରତିଭା ସୃଷ୍ଟି କରାଯିବ ସେ ବିଷୟରେ ସୂଚନା ଦେଇଥିଲେ। କାର୍ୟ୍ୟକ୍ରମର ସଫଳତା ଏବଂ ଏହାର ସୁପରିଚାଳନା ତଥା ଏହାକୁ ସାଫଲ୍ୟ କରାଇବାରେ ଯେଉଁ ମାନଙ୍କ ଅବଦାନ ରହିଛି ସେହିମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଛାପା ଗଣମାଧ୍ୟମ ଓ ଇଲେକଟ୍ରୋନିକ୍‌ ଗଣ ମାଧ୍ୟମକୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe