ନୂଆପଡ଼ା ଉପ-ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହେଲା ବୟାନବାଜି: ପଢ଼ନ୍ତୁ କେଉଁ ଦଳ କଣ କହିଲା...

ନବୀନଙ୍କ ପଦଯାତ୍ରା ଦ୍ଵାରା ବିଜେପିକୁ ଫରକ ପଡିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ । ବିଜେପି ସରକାର ୧୧ବର୍ଷ ହେଲା କେନ୍ଦ୍ରରେ କଣ କରିଛି ଓ ୧୫ ମାସ ହେଲା ରାଜ୍ୟରେ କଣ କାମ କରିଛି ତାହାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବ ଦଳ।

2

Photograph: (kanak news)

କନକ ବ୍ୟୁରୋ: ନୂଆପଡ଼ା ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବଢ଼ିଛି ରାଜନୈତିକ ଉଷ୍କତା। କିଏ ହାତେଇବ ନୂଆପଡ଼ା ଆସନ ତାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି। ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ ନେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନବୀନଙ୍କ ପଦଯାତ୍ରା ଦ୍ଵାରା ବିଜେପିକୁ ଫରକ ପଡିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ । ବିଜେପି ସରକାର ୧୧ବର୍ଷ ହେଲା କେନ୍ଦ୍ରରେ କଣ କରିଛି ଓ ୧୫ ମାସ ହେଲା ରାଜ୍ୟରେ କଣ କାମ କରିଛି ତାହାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବ ଦଳ। ସେପଟେ ବିଜେଡି କହିଛି ନୁଆପଡ଼ାରେ ୪୦ରୁ ୫୦ ହଜାର ଭୋଟ୍‌ରେ ଜିତିବ ଦଳ। ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବ ସେ ଜିତିବ। ନୂଆପଡ଼ାରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ସିମ୍ପାଥି ଥିବା କହିଛନ୍ତି ପ୍ରବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେପଟେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe