sqsqsq Photograph: (qsqs)
କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ସରକାର ୨୦୨୫ର ପଦ୍ମ ସମ୍ମାନ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ପଦ୍ମଶ୍ରୀ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି । ଯେଉଁଥିରେ କୁଏତର ଯୋଗ ଗୁରୁ ଶେଖ ଏଜ ଅଲ ଶବା, ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମେସେଟଙ୍କ ସମେତ ସେଓ ସମ୍ରାଟ ହରିମାନଙ୍କ ନାମ ରହିଛି । ଗୋଆର ଶହେବର୍ଷୀୟ ସ୍ୱାଧିନତା ସଂଗ୍ରାମୀ, ପଶ୍ଚିମବଙ୍ଗାଲର ଏକ ଢାକ ବାଦକ ଭଳି ୩୦ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବେ ସରକାର । ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ତିନି ଭାଗରେ ବିଭକ୍ତ । ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମବିଭୂଷଣ ଭାବେ ସର୍ବୋଚ୍ଚ ଅବଦାନ ପାଇଁ ସମ୍ମାନୀତ କରାଯାଇଥାଏ ।
ଶେଖ ଏଜେ ଅଲ ଶବାହ
କୁଏତର ମାନ୍ୟତାପ୍ରାପ୍ତ ଯୋଗ ଗୁରୁ
କୁଏତର ପ୍ରଥମ ଲାଇସେନ୍ସ ପ୍ରାପ୍ତ ଯୋଗ ଷ୍ଟୁଡିଓ ଦାରାତ୍ମା ସ୍ଥାପନ କରିଛନ୍ତି
ପାରମ୍ପରିକ ଯୋଗ କୌଶଳ ଓ ଆଧୁନିକ ବିଧିକୁ ସମନ୍ୱିତ କରି ଗଲଫରେ ଯୋଗକୁ ଲୋକାଦୃତ କରିଛନ୍ତି
ଜୋନାସ ମାସେଟି
ବ୍ରାଜିଲର ବେଦାନ୍ତ ଗୁରୁ
ମେକାନିକାଲ ଇଞ୍ଜିନିୟରରୁ ବନିଲେ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ
ଭାରତୀୟ ଆଧ୍ୟାତ୍ମ, ଦର୍ଶନ ଓ ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି
ବିଶ୍ୱସ୍ତରରେ ବେଦାନ୍ତ ଜ୍ଞାନକୁ ସୁଲଭ କଲେ ଜୋନାସ
ହରିମନ ଶର୍ମା
ହିମାଚଳ ପ୍ରଦେଶର ସେଓ ସମ୍ରାଟ
ରୋଗପ୍ରତିରୋଧକାରୀ ସେଓ ଏଚଆରଏମଏନ ୯୯ ବିକଶିତ କରିଛନ୍ତି
ହରବିନ୍ଦର ସିଂ
ଟୋକିଓ ପାରାଲିମ୍ପିକ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ ବିଜେତା
ଡ୍ରଗ୍ସ ସଚେତନତା ଓ ଖେଳର ପ୍ରଚାରକ ଭାବେ ପରିଚିତ
ଲିବିୟା ଲୋବୋ ସରଦେଶାଇ
ଗୋଆର ଶତାୟୁ ବୟସ୍କା ସ୍ୱାଧିନତା ସଂଗ୍ରାମୀ
ପର୍ତ୍ତୁଗିଜର କଲୋନିଆଲ ବିରୋଧରେ ସଂଗ୍ରାମ କରିଥିଲେ
ଜଗଦିଶ ଜୋଶିଲା
ମଧ୍ୟପ୍ରଦେଶର ହିନ୍ଦୀ ଓ ନିମାଡି ଭାଷାର ଉପନ୍ୟାସିକ
୫୦ରୁ ଅଧିକ ଉପନ୍ୟାସ ଓ ଜାତୀୟବୋଧକ ଉପନ୍ୟାସର ରଚୟିତା
ପଦ୍ମଶ୍ରୀ
ସେହିଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ବି ପଦ୍ମଶ୍ରୀ ଦିଆଯାଇଛି । ଏମାନେ ହେଲେ
-ବିଳାସ ଡାଙ୍ଗରେ-ହୋମିଓପାଥି ଡାକ୍ତର
-ପି.ଡାଥାମର୍ତ୍ତି-ବାଦ୍ୟଯନ୍ତ୍ର
-ଏଲ.ହାଙ୍ଗଥିଙ୍ଗ--ଫଳ ଚାଷୀ
-ନରେନ ଗୁରୁଙ୍ଗ--ନେପାଳୀ ଗୀତର ଗୁରୁ
-ରାଧା ଭଟ୍ଟ-ଗାନ୍ଧିବାଦି ନେତ୍ରୀ
-ଜୋନାଚରଣ ଭଟ୍ଟାରୀ-ଆସାମର ଲୋକବାଦ୍ୟ ଗୁରୁ
Follow Us