କନକବ୍ୟୁରୋ : ଆନ୍ନା ବିଶ୍ବବିଦ୍ୟାଳୟ ଯୌନ ଉତ୍ପୀଡ଼ନ ମାମଲାରେ ଦୋଷୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ମେ ୩୧ରେ କୋର୍ଟ ଅଭିଯୁକ୍ତ ଜ୍ଞାନଶେଖରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ଦଣ୍ଡ ଶୁଣାଣି ପାଇଁ ଦିନ ସ୍ଥିର କରିଥିଲେ । ତାମିଲନାଡୁର ଆନ୍ନା ବିଶ୍ବବିଦ୍ୟାଳୟ । ସେହି ସମୟରେ ଚର୍ଚ୍ଚା ପରିସରକୁ ଆସିଥିଲା ଯେବେ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ କରାଯିବ ଭିଡିଓ ଦେଖାଇ ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା । ଏହି ଘଟଣା ପୂରା ରାଜ୍ୟକୁ ଦୋହଲାଇ ରଖିଥିଲା ।
ସେପଟେ ଶାସକ ଡିଏମକେକୁ ଟାର୍ଗେଟ କରି ପୂର୍ବତନ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆନ୍ନାମଲାଇ ନିଜକୁ ଚାବୁକ ମାଡ଼ କରି ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଥିଲେ । ଶାସକ ଡିଏମକେ ସହ ଅଭିଯୁକ୍ତ ଜ୍ଞାନଶେଖର ସର୍ମ୍ପକକୁ ବିଜେପି ବଡ ପ୍ରସଙ୍ଗ କରିଥିଲା । ଏପରିକି ଡିଏମେକର ବରିଷ୍ଠ ନେତାଙ୍କ ଅଭିଯୁକ୍ତ ଉଠାଇଥିବା ଫଟୋକୁ ପୋଷ୍ଟ କରି ବିଜେପି ଏହାକୁ ଏକ ବଡ ରାଜନୈତିକ ପ୍ରସଙ୍ଗ କରିଥିଲା ୨୦୨୪ ଡିସେମ୍ବର ୨୩ ।
ବିଶ୍ବବିଦ୍ୟାଳୟ ପରିସରରେ କ୍ୟାଣ୍ଟିନ ଚଲାଉଥିବା ଜ୍ଞାନଶେଖର ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟ ନିସ୍ତୁକ ମାଡ ମାରିଥିଲା ଅଭିଯୁକ୍ତ । ପରେ ଭିଡିଓ ଦେଖାଇ ବାରମ୍ବାର ବ୍ଲାକମେଲ୍ କରୁଥିବା ଜ୍ଞାନଶେଖରଙ୍କୁ ପୁଲିସ ଗିରଫ ନ କରିବା ଘଟଣାକୁ ବିଜେପି ଏକ ବଡ ପ୍ରସଙ୍ଗର ରୂପ ଦେବା ସହ ଡିଏମକେକୁ ବାରମ୍ବାର ଟାର୍ଗେଟ କରିଥିଲା