ମୁଁ ଅନୀତା ଗୀତା ଛୁଇଁ ଶପଥ କରୁଛି.... ଚର୍ଚ୍ଚାରେ କାନାଡା ବିଦେଶମନ୍ତ୍ରୀଙ୍କ ଶପଥ ପାଠ

ଶପଥ କରିବା ସାଧାରଣ କଥା ହୋଇପାରେ କିନ୍ତୁ ବିଦେଶ ମାଟିରେ ଯେତେବେଳେ କେହି ହିନ୍ଦୁ ଧର୍ମର ପ୍ରତୀକ ପବିତ୍ର ଗୀତାକୁ ସାକ୍ଷୀ ରଖି ଶପଥ ନିଏ ତାହା ଚର୍ଚ୍ଚାକୁ ଆସେ । ଏମିତି ଏକ ଖବର ସାଉଁଟିଛନ୍ତି କାନାଡାର ନୂଆ ବିଦେଶ ମନ୍ତ୍ରୀ ଅନୀତା  ଆନନ୍ଦ । ହାତରେ ଗୀତାକୁ ଧରି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। 

Anita-Canada-

Anita-Canada- Photograph: (KanakNews)

କନକ ବ୍ୟୁରୋ:  ଅନୀତା ଆନନ୍ଦ ଗୀତା ଛୁଇଁ ଶପଥ କରୁଛି
                    ସମସ୍ତଙ୍କ ସହ ମିଶି ଦେଶ ପାଇଁ କାମ କରିବି 
                      ଏକ ସମୃଦ୍ଧ ଓ ସୁରକ୍ଷିତ ସମାଜ ପାଇଁ ଚେଷ୍ଟା କରିବି...
ଏହା ଥିଲା କାନାଡାର ନୂଆ ବିଦେଶ ମନ୍ତ୍ରୀଙ୍କ ଶପଥ ପାଠ । ଶପଥ କରିବା ସାଧାରଣ କଥା ହୋଇପାରେ କିନ୍ତୁ ବିଦେଶ ମାଟିରେ ଯେତେବେଳେ କେହି ହିନ୍ଦୁ ଧର୍ମର ପ୍ରତୀକ ପବିତ୍ର ଗୀତାକୁ ସାକ୍ଷୀ ରଖି ଶପଥ ନିଏ ତାହା ଚର୍ଚ୍ଚାକୁ ଆସେ । ଏମିତି ଏକ ଖବର ସାଉଁଟିଛନ୍ତି କାନାଡାର ନୂଆ ବିଦେଶ ମନ୍ତ୍ରୀ ଅନୀତା  ଆନନ୍ଦ । ହାତରେ ଗୀତାକୁ ଧରି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। 

କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଏହି କ୍ରମରେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦଙ୍କୁ ଦେଇଛନ୍ତି ବଡ ଦାୟିତ୍ବ । ଅନୀତାଙ୍କୁ କାନାଡାର ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଅନୀତା ପୂର୍ବ ସରକାରରେ ପରିବହନ ମନ୍ତ୍ରୀ , ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । 

ଅନୀତା ଭାରତୀୟ ବଂଶୋଦ୍ଭବ । ତାଙ୍କ ବାପା ତାମିଲନାଡୁର ହୋଇଥିବାବେଳେ ମା’ ଜଣେ ପଞ୍ଜାବୀ । କିନ୍ତୁ ଦୀର୍ଘ ବର୍ଷ ପୂର୍ବରୁ ବାପା, ମା’ ଯାଇ କାନାଡାରେ ରହି ସେଠିକାର ନାଗରିକତ୍ବ ଗ୍ରହଣ କରିଛନ୍ତି । ସେଠାରେ ଅନୀତାଙ୍କର ପାଠପଢାଠାରୁ ଆରମ୍ଭ କରି ରାଜନୀତି କ୍ୟାରିଅରର ଆରମ୍ଭ ହୁଏ ।  

୧୯୬୭ରେ ଅନୀତାଙ୍କ ଜନ୍ମ ନୋବା ସ୍କୋଟିୟାରେ ହୋଇଥିଲା । ତାଙ୍କର ବାପା, ମା’ ଦୁହେଁ ଡାକ୍ତର । ରାଜନୀତିକୁ ଆସିବା ପୂର୍ବରୁ ଅନୀତା ଟୋରୋଣ୍ଟୋ ବିଶ୍ବବିଦ୍ୟାଳୟରେ  ଲ ପ୍ରଫେସର ଥିଲେ। ଅନୀତାଙ୍କ ରାଜନୀତି କ୍ୟାରିଅର ବି ଖୁବ୍ ସୁଦୃଢ । 
ଅନୀତା ୨୦୧୯ରେ ଓକୱିଲରୁ ସାଂସଦ ଭାବେ ନିର୍ବାଚନ ଜିତିଥିଲେ। 
୨୦୨୧ରୁ ୨୦୨୩ ଯାଏଁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ
୨୦୨୩ରୁ ୨୦୨୪ ବର୍ଷେ ଟ୍ରେଜେରୀ ବୋର୍ଡର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ । ୨୦୨୫ରେ ମଧ୍ୟ ତାଙ୍କର ଏହି ଆସନ ସ୍ଥିର ରହିଥିଲା 
ଏହାପରେ ମାର୍କ କାର୍ଣ୍ଣିଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଲେ


ବିଦେଶରେ ଏତେ ବଡ ବଡ ପଦରେ ଥାଇ ବି ଅନୀତା ସବୁବେଳେ ଭାରତୀୟ ସଂସ୍କୃତିକୁ ଗୁରୁତ୍ବ ଦେଇଆସିଛନ୍ତି । ପ୍ରବାସୀ ଭାରତୀୟ ଦିବସ ହେଉ କି ଗଣତନ୍ତ୍ର ଦିବସ ହେଉ ସେ ସବୁବେଳେ ଭାରତ ସହ ନିଜର ସମ୍ପର୍କକୁ ବଜାୟ ରଖିଛନ୍ତି । ଜଷ୍ଟିନ୍ ଟୁଡୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନୀତା ଥିଲେ ପରିବହନ ଓ ବ୍ୟାପାର ମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ଥିବାବେଳେ ଭାରତ ସହ କାନାଡାର ପ୍ରତିରକ୍ଷା ସମ୍ବନ୍ଧକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରିଛନ୍ତି ଅନୀତା ।

ତେବେ ମାର୍କ କାର୍ଣ୍ଣିଙ୍କ ସରକାରରେ ବିଦେଶ ମନ୍ତ୍ରୀ ଭାବେ ଶପଥ ନେବା ,ତାହା ପୁଣି ଗୀତା ଛୁଇଁ ଶପଥ ନେବାବେଳେ ସମସ୍ତଙ୍କ ଆଖି ତାଙ୍କ ଉପରେ ଥିଲା । ପ୍ରକୃତରେ ଅନୀତା ପୁଣି ପ୍ରମାଣିତ କରିଛନ୍ତି, ରହଣି ଯେଉଁଠି ହେଉନା କାହିଁକି ଭାରତର ମାଟି ତାଙ୍କ ପାଇଁ ସବୁବେଳେ ମହାନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe