Photograph: (SOCIAL MEDIA)
କନକ ବ୍ୟୁରୋ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ) ଓ ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନ (ଓଏଏ) ପକ୍ଷରୁ ଦେଶର ଶ୍ରେଷ୍ଠ ଧାବକ ଅନିମେଷ କୁଜୁରଙ୍କୁ ସମ୍ବଦ୍ଧିତ କରାଯାଇଛି । କୁଜୁରଙ୍କୁ ଉଭୟ ସଂଘ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଜାପାନର ଟୋକିଓରେ ସେପ୍ଟେମ୍ବର ୧୩ରୁ ୨୧ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଲାଗି ପ୍ରଥମ ଭାରତୀୟ ଗ୍ରିଷ୍ଟର୍ ଭାବେ ଯୋଗ୍ୟତା ଅର୍ଜନ କରିଥିବାରୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କୁଜୁର ପ୍ରଥମ ଭାରତୀୟ ପୁରୁଷ ଧାବକ ଭାବେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ସମୀର ମହାନ୍ତି, ଅଧ୍ୟକ୍ଷ ଆଶୀର୍ବାଦ ବେହେରା, ସାଧାରଣ ସମ୍ପାଦକ ଅଭିଜିତ ପାଲ, ଉପସଭାପତି ପ୍ରତାପ ଶତପଥୀ, ଓଡ଼ିଶା ଆଥ୍ଲେଟିକ୍ ସଂଘ ଯୁଗ୍ମ ସମ୍ପାଦକ ଅଶୋକ ସାହୁ, କଟକର୍ଡି କ୍ରୀଡ଼ା ଅଧିକାରୀ ଅଜୟ ବେହେରା ଅତିଥି ଭାବେ ଯୋଗଦେଇଥିଲେ । ଅଲିମ୍ପିଆନ୍ ଅନୁରାଧା ବିଶ୍ଵାଳ, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ୍ ଖେଳାଳି ଗାୟତ୍ରୀ ମଲ୍ଲିକ, ଜାତୀୟ ମହିଳା ଫୁଟବଲ ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାର, ଆର୍ନ୍ତଜାତୀୟ ମାରାଥନ ଧାବକ ବିବେକାନନ୍ଦ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
Follow Us