କନକବ୍ୟୁରୋ : ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ହେବାର ଚାରି ସପ୍ତାହ ବିତିଗଲାଣି । କିନ୍ତୁ ଫିଲ୍ମଟି ଏବେ ବି ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମର ରୋଜଗାର ଏବେ ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଚତୁର୍ଥ ଶୁକ୍ରବାର ଫିଲ୍ମର ଆୟ 'ସୈୟାରା'କୁ ପଛରେ ପକାଇ ଦେଇଛି। ଏହି ଫିଲ୍ଲ ଟି ବର୍ତ୍ତମାନ ଯୁବପିଢିଠୁ ଆରମ୍ଭ କରି ପିଲା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ।
ଏହି ଫିଲ୍ଲ ସବୁ ରେକର୍ଡ ଭାଙ୍ଗିବା ସହ ସମସ୍ତ ବଡ ବଡ ଫିଲ୍ଲକୁ କଡା ଟକ୍କର ଦେଇଛି । 'ମହାବତାର ନରସିଂହ' 'ୱାର-୨' ଏବଂ 'କୁଲି' ଭଳି ବଡ଼ ଫିଲ୍ମକୁ କଡ଼ା ଟକ୍କର ଦେଇଛି। କୁହାଯାଉଛି ଯେ, ଫିଲ୍ମଟି ଚତୁର୍ଥ ଶୁକ୍ରବାର ଅର୍ଥାତ୍ ୨୨ତମ ଦିନରେ ୬.୩୯କୋଟି ଆୟ କରିଛି। ଏହା ସହିତ, ଫିଲ୍ମର ମୋଟ ଆୟ ୧୯୪.୭୪ କୋଟିରେ ପହଞ୍ଚିଛି । ଏହି କଲେକ୍ସନ ସହିତ, ଫିଲ୍ମଟି ଆହାନ ପାଣ୍ଡେଙ୍କ 'ସୈୟାରା'କୁ ପଛରେ ପକାଇ ଦେଇଛି। 'ସୈୟାରା' ତା’ର ଚତୁର୍ଥ ଶୁକ୍ରବାରରେ ୨କୋଟି ଟଙ୍କା ରୋଜଗାର କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/08/19/narsinghma-2025-08-19-15-21-35.jpg)