କନକ ବ୍ୟୁରୋ : ମରିଗଲା ମଣିଷ ପଣିଆ , ହଜିଗଲା ମାନବିକତା । ବୁଲା ଷଣ୍ଢର ଲାଞ୍ଜକୁ ହାଣିଦେଇଛି ଜଣେ ଅବିବେକୀ ମଣିଷ । କଟକ ନିଆଳି ବଜାର ନିକଟରେ ବୁଲୁଥିବା ଏକ ଷଣ୍ଢର ଲାଞ୍ଜକୁ କେହି ମାନବିକତା ବିହୀନ ମଣିଷ ହାଣିଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଷଣ୍ଢଟି ଜୀବନ ବିକଳରେ ଏଣେ ତେଣେ ଧାଉଁଥିଲା । ଆଉ କିଛି ସମୟ ଡେରି ହୋଇଥିଲେ ହୁଏତ ଷଣ୍ଢଟିର ଜୀବନ ଚାଲିଯାଇଥାନ୍ତା । କିନ୍ତୁ କିଛି ପଶୁ ପ୍ରେମୀ ଷଣ୍ଢଟିକୁ ବଞ୍ଚେଇବା ପାଇଁ ଆଗେଇ ଆସିଥିଲେ । ସଙ୍ଗେ ସଙ୍ଗେ ନିଆଳି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଜଣାଇଥିଲେ ।
ଖବର ପାଇ ପଶୁ ଡାକ୍ତର ସୁନିଲ ମେନାହର ପରିଡା ଏଵଂ ଡାକ୍ତର ପ୍ରଭାସ ଚନ୍ଦ୍ର କର ତାଙ୍କ କର୍ମଚାରୀମାନଙ୍କୁ ଧରି ସେଠାରେ ପହଞ୍ଚି ସ୍ଥାନୀୟ କ୍ଲବ ଯୁବକ ମାନଙ୍କ ସହଯୋଗରେ ଷଣ୍ଢର ଚିକିତ୍ସା କରିଛନ୍ତି । ଏବେ ଷଣ୍ଢ ଟି ଭଲ ଥିବା କହିଛନ୍ତି ଡାକ୍ତର । ଯୁବକମାନଙ୍କର ଏପରି ମହତ କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଛି । ଅନ୍ୟପଟେ ଯେଉଁ କାରଣ ପାଇଁ ହେଉ ନା କାହିଁକି , ଷଣ୍ଢର ଲାଞ୍ଜକୁ ହାଣିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2024/10/27/odZFWMKTpAA7QRNg4EI6.jpg)