କନକବ୍ୟୁରୋ: ତିରୁପତିଙ୍କ ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶିଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଗୁଜରାଟରେ ଥିବା ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଲେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା ଏହି ରିପୋର୍ଟ ଦେଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ଅଭିଯୋଗ ଆଣିଥିଲେ । ଚନ୍ଦ୍ରବାବୁ ଅଭିଯୋଗ କରିଥିଲେ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା । ଏହାପରେ ଘିଅର ନମୁନାକୁ ଯାଂଚ ପାଇଁ ଗୁଜରାଟ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଆନ୍ଧ୍ରପ୍ରଦେଶରେ  ଶାସକ ଦଳ ତେଲୁଗୁଦେଶମ ଓ ବିରୋଧୀ ୱାଇଏସଆର କଂଗ୍ରେସ  ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି । ୱାଇଏସଆର କଂଗ୍ରେସ କହିଛି, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଟିଡିପି ଏହି ରିପୋର୍ଟ ସାମ୍ନାକୁ ଆଣିଛି ।  

Advertisment

 

ସେପଟେ ଲ୍ୟାବ ରିପୋର୍ଟରେ ସାଂଘାତିକ ତଥ୍ୟ ପ୍ରଦାନ କରାଯାଇଛି , 
-ତିରୁପତି ଲଡ଼ୁରେ ମିଶୁଛି ପଶୁ ଚର୍ବି, ମାଛ ତେଲ
-ଲଡୁ ପାଇଁ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ରହିଥିଲା
-ଘିଅରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିଲା

-ତିରୁପତିଙ୍କ ଭେଙ୍କେଟଶ୍ବର ମନ୍ଦିରରେ ଲଡୁ ଭୋଗ କରାଯାଉଥିଲା
-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସାଂଘାତିକ ଅଭିଯୋଗ
-ଲ୍ୟାବ୍‌ର ରିପୋର୍ଟକୁ ଜାରି କରିଛି ଶାସକ ତେଲଗୁ ଦେଶମ ପାର୍ଟି

-ମନ୍ଦିରର ପରିଚାଳନା ତିରୁପତି ତିରୁମାଳା ଦେବସ୍ଥାନମ କରିଥାଏ

-ଭକ୍ତଙ୍କ ପାଇଁ ଲଡୁ ବନାଯାଇଥାଏ
-ଲଡୁକୁ ଭକ୍ତଙ୍କୁ ଦିଆଯିବା ସହ ଭଗବାନଙ୍କ ପାଖରେ ଲଗାଯାଉଥିଲା
-୩ ପ୍ରକାରର ଲଡୁ ଭୋଗ କରାଯାଏ

ସେପଟେ ତିରୁପତି ମନ୍ଦିର ପ୍ରସାଦକୁ ନେଇ ସାଂଘାତିକ ତଥ୍ୟ ଆସିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିଭିନ୍ନ ମନ୍ଦିରର ପୂଜକ । ରାମ ମନ୍ଦିର ମୁଖ୍ୟ ପୂଜକ ଘଟଣାରେ ଆଶ୍ଚର୍ୟ ପ୍ରକଟ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ବିଜେପି ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିବା ସହ ତଦନ୍ତ ଦାବି କରିଛି ।

ସେପଟେ କଂଗ୍ରେସ କହିଛି ଲୋକଙ୍କ ଆସ୍ଥା ସହ ଏଭଳି ଖେଳ ବରଦାସ୍ତ କରାଯିବନାହିଁ , ବିବାଦ ବଢିବା ପେର ମନ୍ଦିରକୁ ଘିଅ ଯୋଗାଉଥିବା କମ୍ପାନୀ ରଖିଛି ପ୍ରତିକ୍ରିୟା । କମ୍ପାନୀ ଦୃଢ଼ ଭାବେ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି । ସମ୍ପୃକ୍ତ କମ୍ପାନୀର ଦାବି ଏହାର ଘିଅ ସମ୍ପୁର୍ଣ୍ଣ ଶୁଦ୍ଧ, ଏଥିରେ କୌଣସି ପ୍ରକାର ଅପମିଶ୍ରଣ କରାଯାଇନାହିଁ । କମ୍ପାନୀ ଦ୍ବାରା ପ୍ରସ୍ତୁତ ଘିଅ ଶତ ପ୍ରତିଶତ ଗାଇ ଦୁଗ୍ଧରେ ପ୍ରସ୍ତୁତ ହେଏ ।

ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ଘିଅ ପ୍ରସ୍ତୁତକାରୀ ସଂସ୍ଥା ।  ବିନା କୌଣସି ପ୍ରମାଣରେ ଏଭଳି ଅଭିଯୋଗ ଲାଗାଯାଉଛି ।