ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର । କ୍ୟାସରେ ଚାଲିଥିଲା କଳା ସାମ୍ରାଜ୍ୟ! ଲିଙ୍କରେ ଥିବା ୧୧ ବ୍ୟବସାୟୀଙ୍କୁ ହେବ ନୋଟିସ୍

Advertisment

ଚର୍ଚ୍ଚାରେ ରାଜଧାନୀର ବଣ୍ଟି ବବଲି। ଅନିଲ ମହାନ୍ତି ଓ ହଁସିକା ଅଭିଲିପ୍ସା। କୋଟି କୋଟି ଟଙ୍କାର ଲକଜ୍ୟୁରୀ କାର, ଆଲିସାନ ବଙ୍ଗଳା ଆଉ ଥାଟବାଟର ରହସ୍ୟ ଜାଣିବାକୁ ଚାହୁଁଛି ପୁଲିସ। ନବାବ ଅନ୍ଦାଜରେ ବଞ୍ଚୁଥିବା ଏହି ଦୁଇ ଜଣଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ସହ ଇନକମ୍ ଟ୍ୟାକ୍ସର ସହାୟତା ଲୋଡିଛି ପୁଲିସ। କିଣି ଥିବା ଗାଡି, ଘର, ବଙ୍ଗଳା ଆଦିର ଟିକସ ବାବଦରେ ତଥ୍ୟ ସଂଗ୍ରହ ଚାଲିଛି।

ଚର୍ଚ୍ଚାରେ ରାଜଧାନୀର ବଣ୍ଟି ବବଲି। ଅନିଲ ମହାନ୍ତି ଓ ହଁସିକା ଅଭିଲିପ୍ସା। କୋଟି କୋଟି ଟଙ୍କାର ଲକଜ୍ୟୁରୀ କାର, ଆଲିସାନ ବଙ୍ଗଳା ଆଉ ଥାଟବାଟର ରହସ୍ୟ ଜାଣିବାକୁ ଚାହୁଁଛି ପୁଲିସ। ନବାବ ଅନ୍ଦାଜରେ ବଞ୍ଚୁଥିବା ଏହି ଦୁଇ ଜଣଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ସହ ଇନକମ୍ ଟ୍ୟାକ୍ସର ସହାୟତା ଲୋଡିଛି ପୁଲିସ। କିଣି ଥିବା ଗାଡି, ଘର, ବଙ୍ଗଳା ଆଦିର ଟିକସ ବାବଦରେ ତଥ୍ୟ ସଂଗ୍ରହ ଚାଲିଛି।

ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର

ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର Photograph: (KanakNews )

କନକ ବ୍ୟୁରୋ: ଚର୍ଚ୍ଚାରେ ରାଜଧାନୀର ବଣ୍ଟି ବବଲି। ଅନିଲ ମହାନ୍ତି ଓ ହଁସିକା ଅଭିଲିପ୍ସା। କୋଟି କୋଟି ଟଙ୍କାର ଲକଜ୍ୟୁରୀ କାର, ଆଲିସାନ ବଙ୍ଗଳା ଆଉ ଥାଟବାଟର ରହସ୍ୟ ଜାଣିବାକୁ ଚାହୁଁଛି ପୁଲିସ। ନବାବ ଅନ୍ଦାଜରେ ବଞ୍ଚୁଥିବା ଏହି ଦୁଇ ଜଣଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ସହ ଇନକମ୍ ଟ୍ୟାକ୍ସର ସହାୟତା ଲୋଡିଛି ପୁଲିସ। କିଣି ଥିବା ଗାଡି, ଘର, ବଙ୍ଗଳା ଆଦିର ଟିକସ ବାବଦରେ ତଥ୍ୟ ସଂଗ୍ରହ ଚାଲିଛି।

ଏହି ହାଇ ପ୍ରୋଫାଇଲ ଦମ୍ପତିଙ୍କ ଲାଇଫଷ୍ଟାଇଲ ସହ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ବେଳେ, କ୍ୟାସ କାରବାର କଥା ବି ସାମନାକୁ ଆସିଛି। ଅନିଲଙ୍କ ସହ ୩ ଜଣ ସହଯୋଗୀଙ୍କୁ ସ୍ପେଶାଲ କ୍ରାଇମ ୟୁନିଟକୁ ଡାକି ଝାଳବୁହା ଜେରା କରାଯାଇଛି। ତେବେ କିଏ, କାହିଁକି, କେବେ , କାହାକୁ, କେଉଁ ବାବଦକୁ କେତେ ଟଙ୍କା ଦେଇଛନ୍ତି ତାର ହିସାବ ନିକାସ ଚାଲିଛି। ଏନେଇ ଖଣି ବ୍ୟବସାୟୀ, ବିଲଡର ଓ ସୁନା ବେପାରୀ ଚର୍ଚ୍ଚାରେ ଥିବା ବେଳେ, ୧୧ ଜଣ ବ୍ୟବସାୟୀଙ୍କୁ ଖୁବଶୀଘ୍ର ନୋଟିସ କରିପାରେ ପୁଲିସ।

ସେପଟେ ବିରି ମାଡ ଦେଖି କୋଳଥ ଚେପା ଭଳି କିଛି ବ୍ୟବସାୟୀ ଏବେ ଲୁଚିବା ଆରମ୍ଭ କଲେଣି। ଅନିଲଙ୍କ ଲିଙ୍କରେ ଥିବା ଜଣେ ଖଣି ବ୍ୟବସାୟୀ ଏବେ ଫେରାର ଥିବା ବେଳେ, ତାଙ୍କୁ ପୁଲିସ ଖୋଜୁଛି। ତେବେ ଏହି ବଣ୍ଟି ବବଲିଙ୍କ ପଛରେ ଶକ୍ତ ଚଟ୍ଟାଣ ହୋଇ ଛିଡା ହୋଇଥିବା ବାହୁବଳି ବ୍ୟକ୍ତି ମାନଙ୍କ ବାବଦରେ ତଥ୍ୟ ପାଇଛି ସ୍ପେଶାଲ କ୍ରାଇମ ୟୁନିଟ। ଖୁବଶୀଘ୍ର ଏହି ଗଡଫାଦର ମାନଙ୍କୁ କମିସନରେଟ ବିଲଡିଙ୍ଗକୁ ଡକାଯାଇ ଝାଳବୁହା ଜେରା ପାଇଁ ପ୍ରସ୍ତୁତ ହେଉଛି ଏସ.ସି.ୟୁର ସ୍ୱତନ୍ତ୍ର ଟିମ୍। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି...

  • ଦମ୍ପତିଙ୍କୁ କୋଟିପତି କରାଇବା ପଛରେ ଥିଲା କାହାର ହାତ?
  • ଦମ୍ପତି ଫସିଯିବା ପରେ କେଉଁ ସତକୁ ଲୁଚାଇବାକୁ ଚାଲିଛି ଉଦ୍ୟମ?
  • କଳା କାରନାମାରେ ଲିପ୍ତ ଥିବା ଭଦ୍ରବାବୁଙ୍କ ଚେହେରା କେବେ ପଦାକୁ ଆସିବ?

ଅନିଲ, ହଁସିକାଙ୍କ ସାମ୍ରାଜ୍ୟରୁ ରାଜନୈତିକ ଗନ୍ଧ ଭଣ ଭଣ ହୋଇ ବାହାରୁଛି। ବ୍ୟବସାୟୀଙ୍କ ଲିଙ୍କ ଜଳ ଜଳ ଦିଶୁଥିବା ବେଳେ, ଖଣି ବ୍ୟବସାୟୀଙ୍କ ଲୁଚକାଳୀ ଖେଳ ପୁରା ଘଟଣାକୁ ଚର୍ଚ୍ଚାର ଖୋରକ ଯୋଗାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe