ଅନିଲ ଅମ୍ବାନୀଙ୍କୁ ଇଡ଼ିର ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଚରାଉଚରା

Advertisment

୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କୁ ପଚରାଉଚରା କରିବ ଇଡ଼ି

୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କୁ ପଚରାଉଚରା କରିବ ଇଡ଼ି

ଅନିଲ ଅମ୍ବାନୀଙ୍କୁ ଇଡିର ସମନ

ଅନିଲ ଅମ୍ବାନୀଙ୍କୁ ଇଡିର ସମନ Photograph: (KanakNews)

କନକ ବ୍ୟୁରୋ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ୧୭,୦୦୦ କୋଟି ଟଙ୍କାର ଏକ ବଡ଼ ଧରଣର ଋଣ ଠକେଇ ମାମଲାରେ ପଚରାଉଚରା ପାଇଁ ସମନ ଜାରି କରିଛି ।  ତାଙ୍କୁ ଅଗଷ୍ଟ ୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏହି ମାମଲାକୁ ନେଇ ନିକଟରେ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକର ଏକାଧିକ ଠିକଣାରେ ଚଢ଼ାଉ କରାଯାଇଥିଲା ।


ସୂଚନା ଅନୁସାରେ, ଏହି ମାମଲା ମନି ଲଣ୍ଡରିଂ ନିବାରଣ ଅଧିନିୟମ (PMLA) ଅଧୀନରେ ରୁଜୁ କରାଯାଇଛି ।  ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ, ୟେସ୍ ବ୍ୟାଙ୍କରୁ ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣ ଠକେଇ କରାଯାଇଛି ।  ଅଭିଯୋଗ ରହିଛି ଯେ ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କର ପ୍ରମୋଟରମାନଙ୍କୁ ଲାଞ୍ଚ ଦେଇ ଏହି ଋଣ ହାସଲ କରାଯାଇଥିଲା ।  ଏହା ବ୍ୟତୀତ, ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ ଦ୍ୱାରା ପ୍ରାୟ ୧୪,୦୦୦ କୋଟି ଟଙ୍କାର ଆଉ ଏକ ଋଣ ଠକେଇ ଅଭିଯୋଗ ମଧ୍ୟ ତଦନ୍ତ ପରିସରଭୁକ୍ତ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe