କନକବ୍ୟୁରୋ : ଅନୁଗୁଳରେ ଚାଞ୍ଚଲ୍ୟ । ବାଡ଼ିରେ ପିଟି ପିଟି ମା’କୁ ମାରିଦେଲା ପୁଅ । ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି  । ମୃତ ମହିଳା ଜଣକ ହେଲେ ପରା ଗ୍ରାମର  ଶାନ୍ତିଲତା ପେଣ୍ଠଇ ।  ବିଳମ୍ବିତ ରାତିରେ ସାନ ପୁଅ ରଥି ପେଣ୍ଠଇ ଶାନ୍ତିଲତାଙ୍କୁ ବାଡ଼ିରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।  ଜରପଡା ଥାନାରେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ୍‌ ।