କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରଥମ କରି ଅନୁଗୁଳ ଜିଲ୍ଲା ପୁଲିସ ଆରମ୍ଭ କରିଛି ଇ-ବିଟ୍ ପାଟ୍ରୋଲିଂ ବା ସୁରକ୍ଷା ସାଥି ବ୍ୟବସ୍ଥା । ଜିଲ୍ଲାର ବର୍ଦ୍ଧିତ ଜନସଂଖ୍ୟା, ଶିଳ୍ପ ଓ ଖଣି ଖଦାନ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପରେ ରୋକ୍‌ ଲଗାଇବା ଉଦ୍ଧେଶ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଜିଲ୍ଲାର ସମସ୍ତ ୨୫ଟି ଥାନା ଅଞ୍ଚଳର ଅପରାଧ ପ୍ରବଣ ଅଞ୍ଚଳ, ଜନବହୁଳ ଅଞ୍ଚଳ, ପର୍ଯ୍ୟଟନସ୍ଥଳୀ, ଖଣି ଓ ଶିଳ୍ପ ଅଞ୍ଚଳକୁ ନେଇ ହଜାରେ ୩୩୧ଟି ବିଟ୍‌ ପୋଷ୍ଟ କରାଯାଇଛି । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏହାର କୋଣ୍ଟ୍ରୋଲ ରୁମ୍‌ କରାଯାଇଛି । ଅନୁଗୋଳ ଜିଲ୍ଲାର ଖଣିଜ ପାଣ୍ଠିରୁ ଏହି ପୁଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । 

Advertisment

ଅଧିକ ପଢନ୍ତୁ ବନ୍ଧପୁର ଗାଁକୁ ବଇରୀ କରିଛନ୍ତି କି ସରକାର ?

ପୁଲିସ କର୍ମଚାରୀ, ପାଟ୍ରୋଲିଂରେ ବିଟ୍‌ ପୋଷ୍ଟକୁ ଯାଇ ଜିପିଏସ୍‌-ସକ୍ଷମ ଡିଭାଇସ୍‌ର ବ୍ୟବହାର କରି ଇ-ବିଟ୍‌ ଆପ୍ପ ମାଧ୍ୟମରେ ରିଅଲ୍-ଟାଇମ୍ ଡିଜିଟାଲ୍ ରିପୋର୍ଟିଂ କରିପାରିବେ । ଏହାଦ୍ୱାରା ଜରୁରିକାଳୀନ ସ୍ଥିତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ । ତୃଣମୂଳ ସ୍ତରରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯାନବାହନ ଯାଞ୍ଚ ସମୟରେ ପୁଲିସକୁ ତ୍ବରିତ ସୂଚନା ଦେବା ଏବଂ ସମ୍ବେଦନଶୀଳ ଓ ଜନବହୁଳ ଅଞ୍ଚଳରେ ୨୪ ଘଣ୍ଟିଆ ନଜର ରଖିବା ସୁନିଶ୍ଚିତ କରିବା ଲାଗି ଅନୁଗୁଳ ପୁଲିସର ଏହି ଅଭିନବ ପ୍ରୟାସ ।

ଅଧିକ ପଢନ୍ତୁ :  ହସ ଫୁଟାଇଲା କନକ ନ୍ୟୁଜ୍,୧୦ ଦିନରେ ଅନାଥ ପିଲାଙ୍କ ଆଧାର କରିଦେଲେ ବିଡିଓ

ଅନେକ ସମୟରେ ସହରର ସବୁସ୍ଥାନରେ ସଠିକ୍ ଭାବରେ ପାଟ୍ରୋଲିଂ ହେଉନାହିଁ! କୌଣସି ସ୍ଥାନରେ ଅପରାଧ, ଅଘଟଣ କି ଦୁର୍ଘଟଣା ଘଟିଲେ, ପୁଲିସ ବିଳମ୍ବରେ ପହଞ୍ଚୁଥିବା ଅଭିଯୋଗ ହୋଇଥାଏ । ସେ ସବୁ ଅଭିଯୋଗକୁ ଗୁରୁତ୍ବର ସହ ନେଇ 'ଇ ବିଟ୍'-ପାଟ୍ରୋଲିଂ ପଦକ୍ଷେପ ସ୍ମାର୍ଟ ପୁଲିସିଂ ଦିଗରେ ବଡ଼ ପଦକ୍ଷେପ। ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜିଲାପାଳ ଓ ଏସ୍‌ପି ଏହାର ଶୁଭାରମ୍ଭ କରିଛନ୍ତି ।