କନକ ବ୍ୟୁରୋ : କ୍ରାଇମ ସ୍ପଟ୍ ଅନୁଗୁଳ, ଅପରେଟ ହେଉଥିଲା ବାଲେଶ୍ଵରରୁ । ବାଲେଶ୍ଵର ସତେ ଯେମିତି ପାଲଟିଯାଇଛି ଓଡ଼ିଶାର ନୂଆ ଜମତାରା । ସୋରୋରୁ ଚାଲୁଥିଲା ଜମତରା ଷ୍ଟାଇଲ ସାଇବର ଅପରାଧର ନେଟୱର୍କ । ଏଭଳି ଏକ ସାଇବର ଅପରାଧ ନେଟୱର୍କର ପର୍ଦ୍ଦାଫାଶ କରିଛି ଅନୁଗୁଳ ସାଇବର ଥାନା। ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ ଟଙ୍କା ସାଇବର ଲୁଟ ଘଟଣାର ତଦନ୍ତ କରୁ କରୁ ଅନୁଗୁଳ ପୁଲିସ ହାତରେ ଲାଗିଛି ପୂରା ନେଟୱର୍କର ଚେର । ସାଇବର ଠକମାନଙ୍କ ଟାର୍ଗେଟରେ ଥିଲେ ବ୍ୟବସାୟୀ, ଅବସରପ୍ରାପ୍ତ ଅଫିସର, ବ୍ୟାଙ୍କ କର୍ମଚାରୀ ଓ ବୟସ୍କ। ଟ୍ରେଡିଂ ଆପର ଜାଲ ବିଛାଇ ଆଖି ପିଛୁଳାକେ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ହେଲେ ପୁଲିସର ଛଞ୍ଚାଣ ଆଖିରୁ ବର୍ତ୍ତି ପାରିନାହାନ୍ତି ଏହି ଫ୍ରଡମାନେ। ଏହି ଘଟଣାରେ ପୋଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ସୋରରୁ ୩ ଜଣ, ଭଦ୍ରକରୁ ଜଣେ ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ଦାର୍ଜିଲିଂରୁ। ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୨୮ ହଜାର ଟଙ୍କା, ଏକ ଦାମୀ କାର, ଏକାଧିକ ବ୍ୟାଙ୍କର ପାସବୁକ, ଚେକ୍, ଗୋଟେ ରୋଲେକ୍ସ ଘଣ୍ଟା ଓ ସୁନା ଚେନ ଜବତ ହୋଇଛି। ତେବେ ଏହି ନେଟୱର୍କର ଚେର ଓଡ଼ିଶାରୁ ଆରମ୍ଭ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଜମ୍ମୁ ପର୍ୟ୍ୟନ୍ତ ଲମ୍ବିଥିବା କହିଛନ୍ତି ଅନୁଗୁଳ ଏସପି । ଏ ଘଟଣାର ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିବା ପାଇଁ ଜାଲ ବିଛାଇବା ଆରମ୍ଭ କରିଛି ଅନୁଗୁଳ ସାଇବର ଥାନା।
ଅନୁଗୁଳ ପୁଲିସକୁ ବଡ଼ ସଫଳତା, ବଡ଼ ସାଇବର ଠକେଇର କଲା ପର୍ଦ୍ଦାଫାଶ, ବାଲେଶ୍ୱରରୁ ଜାଲ ବିଛାଇଥିଲେ ସାଇବର ଠକ
ଏଭଳି ଏକ ସାଇବର ଅପରାଧ ନେଟୱର୍କର ପର୍ଦ୍ଦାଫାଶ କରିଛି ଅନୁଗୁଳ ସାଇବର ଥାନା। ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ ଟଙ୍କା ସାଇବର ଲୁଟ ଘଟଣାର ତଦନ୍ତ କରୁ କରୁ ଅନୁଗୁଳ ପୁଲିସ ହାତରେ ଲାଗିଛି ପୂରା ନେଟୱର୍କର ଚେର । ସାଇବର ଠକମାନଙ୍କ ଟାର୍ଗେଟରେ ଥିଲେ ବ୍ୟବସାୟୀ, ଅବସରପ୍ରାପ୍ତ ଅଫିସର, ବ୍ୟାଙ୍କ କର୍ମଚାରୀ ଓ ବୟସ୍କ ।
/kanak/media/media_files/2025/10/01/22-2025-10-01-22-42-43.jpg)