ଦେବଗଡ଼ ନୂଆଗାଁରେ  ଚାଞ୍ଚଲ୍ୟ, ହତ୍ୟାକାଣ୍ଡ ପରେ ମୃତଦେହକୁ ତାଲା ପକାଇ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ବଳି ସନ୍ଦେହରେ ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଗ୍ରାମବାସୀ, ଘଟଣାସ୍ଥଳରେ ପୋଲିସର ଛାନଭିନ୍

ଘରେ ପଶି ତଣ୍ଟି କାଟି ହତ୍ୟା

ଘରେ ପଶି ତଣ୍ଟି କାଟି ହତ୍ୟା Photograph: (KanakNews)

କନକ ବ୍ୟୁରୋ: ଦେବଗଡ଼ ଥାନା ନୂଆଗାଁରେ ଚାଞ୍ଚଲ୍ୟ ।  ଘର ଭିତରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ନୂଆଗାଁ ଗ୍ରାମର ରତନ ପ୍ରଧାନ ।  ହତ୍ୟାକାରୀ ହେଲେ ସେହି ଗାଁର ପଞ୍ଚାନନ ସୁହୁଳା ।

ଦୁହିଁଙ୍କର ବୟସ ୫୦ ବର୍ଷ । ତେବେ ପଞ୍ଚାନନ ରତନକୁ ହତ୍ୟା କରିବା ପରେ ମୃତଦେହକୁ ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି । ଘର ଭିତରେ ବଳି ଦେଇଥିବା ଅଭିଯୋଗ କରି ବନ୍ଦ ଘରକୁ ଭାଙ୍ଗିଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାବୁଝା କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe