କନକ ବ୍ୟୁରୋ: ଦେବଗଡ଼ ଥାନା ନୂଆଗାଁରେ ଚାଞ୍ଚଲ୍ୟ । ଘର ଭିତରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ନୂଆଗାଁ ଗ୍ରାମର ରତନ ପ୍ରଧାନ । ହତ୍ୟାକାରୀ ହେଲେ ସେହି ଗାଁର ପଞ୍ଚାନନ ସୁହୁଳା ।
ଦୁହିଁଙ୍କର ବୟସ ୫୦ ବର୍ଷ । ତେବେ ପଞ୍ଚାନନ ରତନକୁ ହତ୍ୟା କରିବା ପରେ ମୃତଦେହକୁ ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି । ଘର ଭିତରେ ବଳି ଦେଇଥିବା ଅଭିଯୋଗ କରି ବନ୍ଦ ଘରକୁ ଭାଙ୍ଗିଛନ୍ତି ଉତ୍ୟକ୍ତ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାବୁଝା କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/19/death-2025-07-19-10-03-33.jpg)