କନକ ବ୍ୟୁରୋ: ବେଶି ନୁହେଁ ମାତ୍ର ୮ ମିନିଟ୍ … ରାଗକୁ ନିୟନ୍ତ୍ରଣ ନକଲେ ସର୍ବନାଶ ହୋଇପାରେ । ୮ ମିନଟର ରାଗ ପାଖାପାଖି ଘଣ୍ଟାଏ ଯାଏଁ ରକ୍ତ ଧମନୀକୁ ଶକ୍ତ କରିଦେବ । ରକ୍ତ ପ୍ରବାହ ଧୀମା ହୋଇଯିବ । ଶରୀର ପକ୍ଷପାତ ହୋଇଯାଇପାରେ । ମସ୍ତିଷ୍କ ବି ଭୋଗିବ । ଏକ ନୂଆ ରିସର୍ଚ୍ଚରେ ଏହା ସ୍ପଷ୍ଟ ହୋଇଛି ।
ସର୍ବେକ୍ଷଣରେ ୨୮୦ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ପରୀକ୍ଷଣରୁ ଜଣାପଡ଼ିଲା, କ୍ରୋଧରୁ ରକ୍ତ ପ୍ରବାହ ୫୦ ପ୍ରତିଶତ ଧୀମା ହୋଇଯାଏ । ଆଉ କ୍ରୋଧର ପ୍ରଭାବ ୪୦ ମିନିଟରୁ ଘଣ୍ଟାଏ ଯାଏଁ ରୁହେ । ଏହି ସମୟରେ ହାର୍ଟ ଆଟାକ୍ , ଷ୍ଟ୍ରୋକର ଆଶଙ୍କା ବଢ଼ିଯାଏ । ଆଉ ବାରମ୍ବାର ରାଗିଲେ ହାର୍ଟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼େ ।
ଅଧିକ ପଢ଼ନ୍ତୁ : ବିଳମ୍ବିତ ରାତ୍ରି ଯାଏଁ ମୋବାଇଲ୍ ସ୍କ୍ରୋଲିଙ୍ଗ୍ ବଢାଏ ସ୍ବାସ୍ଥ୍ୟ ସମସ୍ୟା
ଗବେଷଣାରେ କୁହାଯାଇଛି କ୍ରୋଧର ସିଧା ପ୍ରଭାବ ହାର୍ଟ ଉପରେ ପଡ଼େ । ଗବେଷଣାରେ ୨୮୦ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ୩ଟି ଗ୍ରୁପରେ ଭାଗ କରାଯାଇଥିଲା । ଗୋଟିଏ ଗ୍ରୁପକୁ ପୂର୍ବ ଦିନରେ ସେମାନେ ରାଗିଥିବା ସମୟକୁ ମନେପକାଇବାକୁ କୁହାଯାଇଥିଲା । ଦ୍ବିତୀୟ ଗ୍ରୁପକୁ ଦୁଃଖ ଏବଂ ଚିନ୍ତାଗ୍ରସ୍ତ ଅବସ୍ଥାକୁ ମନେପକାଇବାକୁ କୁହାଯାଇଥିଲା । ଏବଂ ତୃତୀୟ ଗ୍ରୁପରେ ଥିବା ଲୋକଙ୍କୁ ରାଗିବାର ସମୟକୁ ମନେପକାଇଥିବାକୁ କୁହଗଲା । ଏହାପରେ ନିର୍ଯ୍ୟାସ ଚମକାଇଦେବା ଭଳି ଥିଲା । ରାଗୁଥିବା ଲୋକଙ୍କଠାରେ ରକ୍ତ ସଞ୍ଚାଳନ ୫୦ ପ୍ରତିଶତ କମିଗଲା । ଲଏଭଳି ସ୍ଥିତି ୪୦ ମିନିଟ ଯାଏଁ ରହିଲା ।
କିନ୍ତୁ ଦୁଃଖ ଏବଂ ଚିନ୍ତାଗ୍ରସ୍ତ ସମୟକୁ ମନେପକାଉଥିବା ଲୋକଙ୍କଠାରେ ସେପରି କିଛି ସମସ୍ୟା ଦେଖିବାକୁ ମିଳିନଥିଲା। କେବଳ ରାଗୁଥିବା ଲୋକଙ୍କଠାରେ ରକ୍ତର ଧମନୀର ଆଭ୍ୟନ୍ତରୀଣ ପରସ୍ତ ଟାଣ ହୋଇଯାଇଥିଲା , ଫଳରେ ରକ୍ତ ପ୍ରଭାବ କମିଯାଇଥିଲା । ପରୀକ୍ଷଣ କରୁଥିବା ବିଶେଷଜ୍ଞ କହିଛନ୍ତି, କ୍ରୋଧ କରୁଥିବା ଲୋକଙ୍କ ରକ୍ତି ଧମନୀ ଫ୍ରିଜ୍ ହୋଇଯାଏ । ରକ୍ତଚାପ ବଢ଼ିଯାଏ । ଫଳରେ ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ିଯାଏ । ରାଗିଲେ କୋର୍ଟିକଲ ହର୍ମୋନ୍ ବଢ଼ିଯାଏ , ଯାହା ଏଣ୍ଡୋଥେଲିୟମକୁ ଡ୍ୟାମେଜ୍ କରେ । କିନ୍ତୁ ଦୁଃଖ ବା ଚିନ୍ତାରେ ଏହି ହୁଏନାହିଁ । ହୃଦରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଧ କେବଳ ମାନସିକ ସମସ୍ୟା ନୁହେଁ ବରଂ ଏହା ହାର୍ଟ ପାଇଁ ବଡ଼ ବିପଦ ।
ରିସର୍ଚ୍ଚରେ ପ୍ରମାଣିତ ହୋଇଛି, କ୍ରୋଧ ନିୟନ୍ତ୍ରଣ କରିବାକୁ ଏବଂ ହାର୍ଟର ସୁରକ୍ଷା ପାଇଁ କିଛି ସହଜ ଟିପ୍ସ ରହିଛି ।
ଗଭୀର ପ୍ରଶ୍ବାସ ନିଅନ୍ତୁ
ପ୍ରତିଦିନ ଯୋଗ କରନ୍ତୁ
ପିଜିଟିଭ୍ ଭାବନାରେ ରୁହନ୍ତୁ
ଅଧିକ କ୍ରୋଧ ଆସୁଥିଲେ ଥେରାପି ନିଅନ୍ତୁ
କଲମ୍ବିଆ ୟୁନିଭର୍ସିଟି ଗବେଶକଙ୍କ କହିବା ଅନୁସାରେ, ଯଦିଓ କେବେ କିପରି ରାଗିଲେ ଏହାର ବିଶେଷ କିଛି ପ୍ରଭାବ ନଥିବାବେଳେ ବାରମ୍ବାର ରାଗିବା ହାର୍ଟକୁ ଦୁର୍ବଳ କରିଦିଏ । ତେଣୁ ଯଦି ଏ ସୁସ୍ଥ ଜୀବନ ବଞ୍ଚିବାକୁ ଚାହାନ୍ତି ତାହେଲେ ନିଜକୁ କ୍ରୋଧକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଅନ୍ତୁ ।
Follow Us