କନକ ବ୍ୟୁରୋ : ବାଂଲାଦେଶ ବିରୋଧରେ ଆକ୍ରୋଶ ।ପୂର୍ବରୁ ପଶ୍ଚିମ. ଉତରରୁ ଦକ୍ଷିଣ ସବୁଠି ବାଂଲାଦେଶ ବିରୋଧରେ ଆଜି ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ବଢ଼ୁଥିବା ଅତ୍ୟାଚାରକୁ ଜୋରଦାର ବିରୋଧ କରାଯାଇଛି । କିଛି ସ୍ଥାନରେ ବାଂଲାଦେଶର ଅନ୍ତରୀଣ ୟୁନୁସ ସରକାରଙ୍କ କୁଶପୁତଳିକା ଦାହ କରାଯିବା ସହ ଚପଲମାଡ କରାଯାଇଛି ।