କନକ ବ୍ୟୁରୋ: ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ ଓ ସହାୟିକା । ୧୨ ଦଫା ଦାବି ନେଇ ରାଜଧାନୀର ରାଜରାସ୍ତାରେ ଗର୍ଜିଛନ୍ତି ଆନ୍ଦୋଳନକାରୀ । ଉପମୁଖ୍ୟମନ୍ତ୍ରୀ ଆଲୋଚନାକୁ ଆସିବାକୁ ଆହ୍ବାନ ଦେଇଛନ୍ତି । ପ୍ରଭାବରେ ଅନେକ କେନ୍ଦ୍ରରେ ତାଲା ଝୁଲିଛି । 

Advertisment
  • ରାଜରାସ୍ତାରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ
  • ରନ୍ଧାଖାଦ୍ୟ ବନ୍ଦ କରିଦେବାକୁ ଚେତାବନୀ

୧୨ ଦଫା ଦାବି ନେଇ ରାଜଧାନୀର ରାଜରାସ୍ତାରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଏକାଠି ହୋଇ ଗଣଧାରଣା ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା, ସରକାରଙ୍କ ଯୋଜନା ଘରେ ଘରେ ପହଞ୍ଚିବାରେ ଅଙ୍ଗନୱାଡି କର୍ମୀ ସିଂହଭାଗ ସହଯୋଗ କରନ୍ତି । କିନ୍ତୁ ସରକାର ସେମାନଙ୍କୁ ଅଣଦେଖା କରୁଛନ୍ତି  । ୧୨ ଦଫା ଦାବି ମଧ୍ୟରେ ପ୍ରମୁଖ ରହିଛି…

  • ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା
  • ମାସିକ ପାରିଶ୍ରମିକ ସହିତ ଟିଏ ଓ ଡିଏ ପ୍ରଦାନ
  • ଖାଦ୍ୟର ମେନୁ ପରିବର୍ତ୍ତନ
  • କର୍ମୀ ଓ ସହାୟିକାଙ୍କ ଗ୍ରାଚୁଇଟି, ପେନସନ ଲାଗୁ
  • ଅବସର ସମୟସୀମା ୬୫ ବର୍ଷକୁ ବୃଦ୍ଧି 

ସେପଟେ ଆଲୋଚନାକୁ ଆସିବାକୁ ଉପମୁଖ୍ୟମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଆହ୍ବାନ ଦେଇଛନ୍ତି । ତେବେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ଯୋଗୁଁ  କିଛି ଅଙ୍ଗନୱାଡି କେନ୍ଦ୍ରରେ ଆଜି ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ଆଉ କିଛି ଅଙ୍ଗନୱାଡି କେନ୍ଦ୍ର ବି ଖୋଲିଥିଲା । ବ୍ରହ୍ମପୁରର ରାମନଗର ଅଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଆଜି କାହାକୁ ଦେଖିବାକୁ ମିଳିନଥିଲା । ଯାହାଫଳରେ ପିଲାମାନେ ରନ୍ଧାଖାଦ୍ୟ ପାଇପାରିନାହାନ୍ତି ।

ତେବେ ସରକାର ଦାବି ନ ଶୁଣିଲେ ଆନ୍ଦୋଳନ ଜୋରଦାର କରିବାକୁ ଅଙ୍ଗନୱାଡି କର୍ମୀଙ୍କ ଚେତାବନୀକୁ ସରକାର କେତେ ଗୁରୁତର ସହ ନେଉଛନ୍ତି , ତା ଉପରେ ନଜର ରହିଛ ।