କନକ ବ୍ୟୁରୋ: ରାଜରାସ୍ତାରେ ଅଙ୍ଗନୱାଡ଼ି କର୍ମୀ। ହକ୍ ପାଇଁ ରଣହୁଙ୍କାର । ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କର୍ସ ଆସୋସିୟସନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ଆଜି ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର  ପ୍ରଦାନ କରିଛନ୍ତି ଅଙ୍ଗନବାଡ଼ି କର୍ମୀ । ହଜାର ହଜାର ଜର୍ମୀ ଆସି ନିଜ ଦାବି ଉପସ୍ଥାପନ କରିଛନ୍ତି । ଆଇସିଡିଏସ ନାମ ଉଚ୍ଛେଦ କରିବା ସହ ଆଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ। ଅବସର ପରେ କର୍ମୀଙ୍କୁ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷର ଅବସରକାଳୀନ ଟଙ୍କା ପ୍ରଦାନ କରାଯାଉ। ଏହିଭଳି ୧୧ ଦଫା ଦାବୀ ନେଇ ବିକ୍ଷୋଭ କରିଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ।  ସେମାନେ ବିକ୍ଷୋଭ କରିବା ସହ ଜିଲ୍ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।