କନକ ବ୍ୟୁରୋ : ଅଙ୍ଗନୱାଡ଼ି କର୍ମୀଙ୍କୁ ଛୁରୀ ଭୁଷି ହତ୍ୟା! ହତ୍ୟାକାରୀ ପ୍ରେମିକ ଗିରଫ! ଆସନ୍ତା ୨୨ ତାରିଖରେ ହୋଇଥାନ୍ତା ମୃତକଙ୍କ ବାହାଘର । ହେଲେ ତା ପୂର୍ବରୁ ଛୁରୀ ଭୁଷି ନିର୍ମମ ହତ୍ୟା କ୍ଷ ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । ମୃତ ମହିଳା ହେଉଛନ୍ତି ଶିଖା ସ୍ଵପ୍ନା କଲୁ । ଶିଖା ଅଙ୍ଗନୱାଡି କର୍ମୀ ଭାବରେ କରୁଥିଲେ କାମ । ରାଉଲକେଲା କୁଆଁରମୁଣ୍ଡା ଫାଣ୍ଡି ଗୋବରୀ ଗାଁରେ ଘଟିଚୀ ଏହି ଅଭାବନୀୟ ଘଟଣା । ଅଭିଯୁକ୍ତ ପ୍ରେମିକ ହୋଇଛନ୍ତି ମୁକେଶ କୁଲୁ । ୨୦୨୦ ରେ ମୁକେଶ ବାହା ହୋଇଥିବା ବେଳେ ମୃତ ମହିଳାଙ୍କ ସହ ୨୦୧୨ ରୁ ଉଭୟଙ୍କୁ ଭିତରେ ରହିଥିଲା ପ୍ରେମ ସଂପର୍କ । ତେବେ ଆସନ୍ତା ୨୨ ତାରିଖ ଦିନ ମୃତକ ଠିକ ହୋଇଥିଲା । ଏହାକୁ ନେଇ ଅଭିଯୁକ୍ତ ପ୍ରେମିକ ଜଣକ କଥା ହେବା ପାଈଁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ମହିଳାଙ୍କୁ ଡାକିଥିଲକ୍ଷ । ଉଭୟଙ୍କ ଭିତରେ କଥା କଟାକଟି ପରେ ଅଭିଯୁକ୍ତ ଜଣକ ଛୁରୀରେ ମହିଳାଙ୍କୁ ପେଟରେ ଛୁରୀ ଭୁଷି ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନିୟ ହସ୍ପିଟାଲରେ ଭର୍ତ୍ତି କରିଥଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହେଇଥିଲା । ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଘଟଣା ସ୍ଥଳରେ ପୋଲିସ ଓ ସାଇନ୍ ଟିଫିକ ଟିମ ପହଂଚି ଛାନଭିନ୍ କରିଚି । ତେବେ ଘଟଣାରେ ଆଉ କି ସମ୍ପୃକ୍ତ ଅଛନ୍ତି କି ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ରାଉରକେଲାରେ ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା, ଛୁରି ଭୁଷି ହତ୍ୟା କଲା ପ୍ରେମିକ
Advertisment
Follow Us