ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ଯାତନା ; ଯାଜପୁର ମନ୍ଦାରପୁର ଗାଁରେ କଙ୍ଗାରୁ କୋର୍ଟର କରୁଣ କାହାଣୀ

ଯାଜପୁର ମନ୍ଦାରପୁର ଗାଁରେ କଙ୍ଗାରୁ କୋର୍ଟର କରୁଣ କାହାଣୀ  । ଅଙ୍ଗନୱାଡ଼ି ଠିକ୍ ଭାବେ ଚଳାଉ ନଥିବା ଅଭିଯୋଗରେ କର୍ମୀ ଓ ତାଙ୍କ ମାଆଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ  । ସାମ୍ନାକୁ ଆସିଲା ଅଭାବନୀୟ ଘଟଣାର ଦୃଶ୍ୟ  

ANUPAMAA cd

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ମନ୍ଦାରପୁର ଗାଁରେ କଙ୍ଗାରୁ କୋର୍ଟ ଅଭିଯୋଗ। ଅଙ୍ଗନୱାଡି କର୍ମି ଓ ତାଙ୍କ ମାଆଙ୍କୁ ଖୁଣ୍ଟରେ ବାନ୍ଧି ନିର୍ୟାତନା ଦିଆଯାଇଥିବାନେଇ ଅଭିଯୋଗ ହୋଇଛି। ଅଭାବନୀୟ ଘଟଣାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। 

ଗ୍ରାମବାସୀ ଅଙ୍ଗନଓ୍ୱାଡି କର୍ମୀ ସୁମିତ୍ରା ମହାପାତ୍ର ଓ ତାଙ୍କ ମାଆଙ୍କୁ ସ୍କୁଲ ଖୁଣ୍ଟରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି। ଏପରିକି ଅଙ୍ଗଡ଼ୱାଡି କର୍ମିଙ୍କ ମୋବାଇଲ ମଧ୍ୟ ଗ୍ରାମବାସୀ ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣାବେଳର ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ ମନ୍ଦାରପୁର ଗାଁର ଅଙ୍ଗନୱାଡି କର୍ମି ସୁଚିତ୍ରା ମହାପାତ୍ର ଦୀର୍ଘଦିନ ହେବ ନିଜ କାମରେ ଅବହେଳା କରୁଥିବା ନେଇ ଗ୍ରମାବାସୀ ବିଭିନ୍ନ ସରକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ। 

ତେବେ ଅଭିଯୋଗରୁ କିଛି ସୁଫଳ ନମିଳିବାରୁ ଗତ ୨୭ରେ ଗାଁର କିଛି ମହିଳା ଓ ପୁରୁଷ ଅଙ୍ଗନୱାଡି କେନ୍ଦ୍ରରେ ପଶି ଉତ୍ତେଜନା ସ୍ଥିତି ସୃଷ୍ଟି କରିଥିଲେ । ଅଙ୍ଗନଓ୍ୱାଡି ଚାଲିଥିବା ସମୟରେ ସ୍କୁଲ ହତାରେ ପଶି ତାଙ୍କୁ ଓ ତାଙ୍କ ମାଆଙ୍କୁ ସ୍କୁଲର ଏକ ଖୁଂଟରେ ବାନ୍ଧି ଦେଇଥିଲେ। ଅନେକ ସମୟ ବନ୍ଧାହୋଇ ରହିବା ପରେ ଯାଜପୁର ସଦର ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଏନେଇ ଅଙ୍ଗନୱାଡି କର୍ମି ସୁଚିତ୍ରାଙ୍କ ପକ୍ଷରୁ ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ସେପଟେ ଗଣମାଧ୍ୟମ କୁ ଦେଖି ଗ୍ରାମବାସୀ ଘଟଣାକୁ ଓଲଟା ଦୃଶ୍ୟ ଦେବାକୁ ଚେଷ୍ଟା କରିଛନ୍ତି। ସୁମିତ୍ରା ଓ ତାଙ୍କ ମାଆ ନିଜେ ନିଜେ ବାନ୍ଧି ହୋଇଥିବା କହିଛନ୍ତି ଗ୍ରାମବାସୀ। ତେବେ ଜଣେ ଦୁଇ ମହିଳା ସ୍କୁଲ ଘରର ଖୁଣ୍ଟରେ ନିଜେ ନିଜେ କିଭଳି ବାନ୍ଧି ହେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe