କନକ ବ୍ୟୁରୋ: ଓଡିଶାକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାର ମୁକାବିଲା ତଥା ଜିରୋ କାଜୁଆଲ୍ଟି ପାଇଁ ସଜାଗ ହୋଇ ରହିଛନ୍ତି ପ୍ରତି ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟ ବିଭାଗକୁ ପୁରା ଆଲର୍ଟ କରାଯାଇଥିବାବେଳେ ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଆଜି ୧୪ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ।
ତେବେ ୨୫ ତାରିଖକୁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି । ପୋଲିସ ପାଟ୍ରୋଲିଙ୍ଗ ପାଇଁ ବ୍ୟବସ୍ଥା ହୋଇଛି । ଅବପାତ ପାଇଁ ଗ୍ରାଉଣ୍ଡ ଜିରୋରେ ସମସ୍ତ ପ୍ରସ୍ତୁତି ସରିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।