କୁଡିଆ ଘରେ ଅଙ୍ଗନବାଡି ; ସ୍ୱାଭିମାନ ଅଞ୍ଚଳର ବିକଳ ଚିତ୍ର

କୁଡ଼ିଆ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଅଙ୍ଗନବାଡି କେନ୍ଦ୍ରର ବିକଳ ଚିତ୍ର ।

14aaaaaaaaa

କନକ ବ୍ୟୁରୋ: କୁଡ଼ିଆ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଅଙ୍ଗନବାଡି କେନ୍ଦ୍ରର ବିକଳ ଚିତ୍ର । ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ନିଜ ଘରେ ପିଲାଙ୍କୁ ଡାକି ପାଠ ପଡାଉଛନ୍ତି ଅଙ୍ଗନବାଡି ଦିଦି । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ ସ୍ଥିତ ତେନ୍ତୁଳିଗୁଡା ଗ୍ରାମ ନିକଟରେ । 

୨ ବର୍ଷ ତଳେ ଗ୍ରାମରେ ଏକ ନୂତନ ଅଙ୍ଗନବାଡି ଗୃହ କାମ ଚାଲିଥିଲା ହେଲେ ଠିକାଦାର ଜଣକ ଗୃହ ଅଧା ନିର୍ମାଣ କରି କାମ ଛାଡି ଚାଲି ଯାଇଛନ୍ତି। ଦୀର୍ଘ ୧୦ ବର୍ଷରୁ ଅଧିନ ଦିନ ଧରି ଅଙ୍ଗନବାଡି ଦିଦି ପିଲାଙ୍କୁ ନିଜ ଚାଳ ଛପର ଘରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଡୁଛନ୍ତି ହେଲେ ବ୍ଲକ ପ୍ରଶାସନ କି ସମନ୍ୱିତ ଶିଶୁ ବିକାଶ ବିଭାଗର ନଜିରରେ ପଡୁନି। ବର୍ଷା ଦିନ ଆସିଲେ ଅନେକ ଅସୁବିଧାର ସମ୍ମୁଖୀନ ହଉଛନ୍ତି କୁନି କୁନି ପିଲାମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe