ଆଜିଠୁ ସକାଳୁଆ ଅଙ୍ଗନବାଡି ; ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି

ଆଜିଠୁ ସକାଳୁଆ ଖୋଲିବ ଅଙ୍ଗନବାଡି କେନ୍ଦ୍ର ।  ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି ।

ସକାଳୁଆ ଅଙ୍ଗନବାଡି

ସକାଳୁଆ ଅଙ୍ଗନବାଡି Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ଆଜିଠୁ ସକାଳୁଆ ଅଙ୍ଗନବାଡି । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି । ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଜସ୍ୱ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକର ସକାଳୁଆ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି ।

 

ଏହା ପୂର୍ବରୁ ସ୍କୁଲ ଗୁଡିକ ମଧ୍ୟ ସକାଳୁଆ ହୋଇସାରିଛି । ବର୍ତ୍ତମାନ ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ନେଇ ସକାଳୁଆ ସ୍କୁଲ ପାଇଁ ଘୋଷଣା କରିସାରିଥିଲେ ରାଜ୍ୟ ସରକାର । ଏହାପରେ କୁନିକୁନି ପିଲାଙ୍କ ପାଇଁ ଅଙ୍ଗନବାଡିକୁ ମଧ୍ୟ ସକାଳୁଆ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe