କନକ ବ୍ୟୁରୋ : ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁ ପାଇତାରି ଅଙ୍ଗନବାଡ଼ି କେନ୍ଦ୍ରରେ କାନ୍ଥ ଫାଟି ଆଁ କରିଛି । ଯୁଆଡ଼େ ଦେଖିଲେ ସିଆଡେ କାନ୍ଥ ଏମିତି ଫାଟିଛି ଯେ, କେତେବେଳେ ଭୁଶୁଡ଼ି ପଡିବ କହିବା ମୁସ୍କିଲ । ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଏକ ବିରାଟ ଗାତ ଖେଳା ହୋଇରହିଛି । ଯଦି କୌଣସି ଶିଶୁ ଏହି ଗାତରେ ଖସିପଡ଼େ, ତେବେ ଜୀବନ ଚାଲିଯିବାର ଭୟ । ଖାଲି ଏତିକି ନୁହେଁ, ଯେଉଁ ରୁମ୍ରେ ରୋଷେଇ, ସେହି ରୁମ୍ରେ ପିଲାଙ୍କ ପାଠପଢ଼ା ।
ଗଞ୍ଜାମ ଜିଲ୍ଲା ସଦର ମହକୁମାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଅଙ୍ଗନବାଡ଼ି କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି କେନ୍ଦ୍ରକୁ ପଠାଇବାକୁ ସୁରକ୍ଷିତ ମନେ କରୁନାହାନ୍ତି ଅଭିଭାବକ ।
ପିଲାମାନେ କିପରି ପାଠପଢ଼ା ପ୍ରତି ଆକୃଷ୍ଟ ହେବେ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ଛତ୍ରପୁରର ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ଦେଖିଲେ, ଗୋଟିଏ କଥା କହିହେବ ଯେ, କେମିତି ଭବିଷ୍ୟତ ଗଢୁଛନ୍ତି କୋମଳମତି ଶିଶୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/16/anganwadi-center-2025-09-16-18-17-14.jpg)