କନକ ବ୍ୟୁରୋ: ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ସ୍ଥାପନା ପାଇଁ ଗାଇଡଲାଇନ ଜାରି ହୋଇଛି । ନୂଆ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ତ୍ୱ ଉପରେ ଗାଇଡଲାଇନରେ ଜୋର୍ ଦିଆଯାଇଛି ।  

Advertisment

ଏବେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରାଯିବ । ଦେଶର ସ୍କୁଲ ପରିସରରେ ପୂର୍ବରୁ ୨.୯ ଲକ୍ଷରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଏହାଦ୍ବାରା ଦେଶର ପ୍ରାୟ ୧୫ କୋଟି ପିଲାଙ୍କ ଉପଯୁକ୍ତ ଯତ୍ନ ନେବା ସମ୍ଭବ ହୋଇପାରିବ । ମନ୍ତ୍ରୀ କହିଛନ୍ତି, ସ୍କୁଲରେ ଅଙ୍ଗନୱାଡି ସାମିଲ ହେଲେ ଭିତ୍ତିଭୂମି ଆବଶ୍ୟକ ଅଛି । ଏଥିପାଇଁ କାମ ଚାଲିଛି ।

 ଗାଇଡଲାଇନ ପରେ ସରକାରଙ୍କର ବଢ଼ିଲା ଚିନ୍ତାମଜ
  ସ୍କୁଲରେ ଭତ୍ତିଭୂମି ବଢ଼ିବ କେବେ ?
ଅଙ୍ଗନବାଡି କେନ୍ଦ୍ର କୁ ସ୍କୁଲ କ୍ୟାମ୍ପସରେ ପ୍ରତିଷ୍ଠା କରିବା ପ୍ରସ୍ତାବ ନେଇ ସରକାରଙ୍କ ଚିନ୍ତା ବଢିଛି । ମିଶ୍ରଣରେ ମୁଖ୍ୟ ସମସ୍ୟା ହେଉଛି
-ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ନାହିଁ 
- ଆବଶ୍ୟକ ଶିକ୍ଷକ ବି ନାହାନ୍ତି
-ଭିତ୍ତିଭୂମି ନସଜାଡ଼ି ପଦକ୍ଷେପ ନେଲେ ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ଆଶଙ୍କା ରହିଛି 

ପୂର୍ବରୁ  ଶିଶୁବାଟିକା ୩ କୁ ସ୍କୁଲରେ ସାମିଲ କରାଯାଇଛି । ଏବେବି ଶିଶୁ ବାଟିକା ୧ ଓ ୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଛି ।  ଶିଶୁବାଟିକା ୩ ନେଇ ଏ ଯାଏଁ ଭିତ୍ତିଭୂମି ଠିକ ହୋଇନାହିଁ କି ଶିଶୁସେବିକା ନିଯୁକ୍ତ ହୋଇନାହାନ୍ତି । ଏବେ ସ୍କୁଲରେ ଅଙ୍ଗନୱାଡି କେନ୍ଦ୍ର ରଖିବା ନେଇ ଗାଇଡଲାଇନ ଜାରି ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ନଜର ରହିଛି ।