କନକ ବ୍ୟୁରୋ: ୧୮୮୦ ମସିହାରେ ରାତିରେ ମଶାଲ ଲଗାଇ ଟଣା ହୋଇଥିଲା ରଥ । ପୁଲିସ ସାହେବଙ୍କ ଆଦେଶରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ଘରଠାରେ ରହିଲା । ତହିଁ ପରଦିନ ସକାଳେ ସୁଭଦ୍ରାଙ୍କ ରଥ ବଳଗଣ୍ଡିରେ ପହଞ୍ଚିଲା । ରଥଟଣା ବନ୍ଦ କରି ପୁଲିସ ସାହେବ ଘରକୁ ଗଲେ । ଲୋକେ କଚେରି ଯାଇ ମାଜିଷ୍ଟ୍ରେଟଙ୍କୁ ଏକଥା ଜଣାଇଲେ । ସରକାରଙ୍କ ଦ୍ବାରା ଡାକ ନିର୍ଦ୍ଦେଶ ହେଲା । ପୁଲିସ ସାହେହ ଓ ମାଜଷ୍ଟ୍ରେଟଙ୍କ ନିଦ ଭାଙ୍ଗିଲା। ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ସାହେବମାନେ ଘୋଡ଼ା ଗାଡ଼ି ଚଢ଼ି ବଡ଼ଦାଣ୍ଡକୁ ଯାଇ ରଥ ଟଣା ବନ୍ଦୋବସ୍ତ କରିଥିଲେ ।
ଶ୍ରୀ ଜଗନ୍ନାଥଙ୍କ ରଥ ମାଉସୀ ମାଆ ଘରଠାରେ ପହଞ୍ଚାଇ ଦେଇ ବଳଦେବ ଓ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମାଆଙ୍କ ଘର ଦ୍ବାରରେ ରାତି ପାଖାପାଖି ଆଠଟା ବେଳକୁ ପହଞ୍ଚିଲା । ରାତିରେ ରଥଟଣା ବେଳେ ଅନ୍ଧାରରେ କିଛି ଦେଖାଯାଉନଥିଲା । ସାହେବଙ୍କ ନିର୍ଦ୍ଦେଶ ପରେ ତତ୍କାଳୀନ ରାଣୀ ୫୦ଟି ମଶାଲ ଜଳାଇ ଯୋଗାଇଦେଇଥିଲେ । ରାତିରେ ମଶାଲ ଲାଗାଇ ରଣଟଣା କେବେ କେହି ଜାଣିନଥିଲେ । ଯେଉଁ ରଥମାନଙ୍କୁ ଦିନରେ ଟାଣିବା ଏତେ ବିପଜ୍ଜନକ ତାଙ୍କୁ ହାକିମମାନେ ମଶାଲ ଲାଗାଇ ଟାଣିବା ସମସ୍ତେ ଜାଣିଲେ ।