କନକବ୍ୟୁରୋ : ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ। କାନ୍ଥ ଭୁଷୁଡି ୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଅଘଟଣ ଘଟିଛି । ଚନ୍ଦନ ଯାତ୍ରା ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏନଡିଆରଏଫ୍ ଓ ଏସ୍ଡି୍ଆରଏଫ୍ ଟିମ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହଠାତ୍ ୨୦ ଫୁଟର ଏକ ଅଂଶ ଭାଙ୍ଗି ଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦନ ଯାତ୍ରାରେ ସୀମାଞ୍ଚଳମ୍ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଓଡିଶାରୁ ହଜାର ହଜାର ଭକ୍ତ ଏଥିରେ ସାମିଲ ହୋଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/30/WHaJtWfxS1QXjmcUBPDL.jpg)