କନକ ବ୍ୟୁରୋ: ଆନ୍ଧ୍ରର ତୁଟୁନି କୋଟିଆ ମୋହ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କୋଟିଆକୁ ପୁଣି ଥରେ ନିଜର ବୋଲି ଦାବି କରିବାକୁ ଚକ୍ରାନ୍ତ ଚଳାଇଛି ପଡୋଶୀ । କୋଟିଆରେ ଡିଜିଟାଲ ସର୍ଭେ କରୁଛି । ଆନ୍ଧ୍ରପ୍ରଦେଶର, ପାର୍ବତୀପୁରମ୍ ମାନ୍ୟମ୍ ଜିଲ୍ଲାର ଅଧିକାରୀ ଗତ ସୋମବାର ଠାରୁ କୋଟିଆ ଆସି ସ୍ଥିତି ଜାହିର କରିଛନ୍ତି । 

Advertisment

ପ୍ରତି ଘରେ ଆନ୍ଧ୍ର ସରକାରଙ୍କ ଲୋଗ ଏବଂ କ୍ଲିନ୍ ଇଣ୍ଡିଆ- ଡିଜିଟାଲ ଇଣ୍ଡିଆ ଲେଖାଥିବା ଘର ନମ୍ବର ଉଲ୍ଲେଖ କରି ଷ୍ଟିକର ସବୁ ଲଗାଇଛନ୍ତି। ଏହି ଲୋଗ ଜରିଆରେ କୋଟିଆର ପ୍ରତି ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ଆନ୍ଧ୍ର । ପୂର୍ବରୁ ଇ-କେୱାଇସି ପାଇଁ ଲୋକଙ୍କ ଆଙ୍ଗୁଠି ଛାପ ନେଇଥିଲେ ଆନ୍ଧ୍ର ଅଧିକାରୀ । ଓଡ଼ିଶାର ବିଦ୍ୟୁତ ମିଟର ବାହାର କରି ଆନ୍ଧ୍ର ବିଦ୍ୟୁତ ମିଟର ଲଗେଇ ଥିଲେ । ଏବେ ଡିଜିଟାଲ ଇଣ୍ଡିଆ ଅଭିଯାନ ନିମନ୍ତେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛି । ପ୍ରଥମେ ପାଟୁସିନେରୀ ଗାଁରୁ ଏହି କ୍ଲିନ ଇଣ୍ଡିଆ ଡିଜିଟାଲ ଇଣ୍ଡିଆ ଅଭିଯାନ ନିମନ୍ତେ ସର୍ଭେ ଆରମ୍ଭ କରିଛି ।