କନକ ବ୍ୟୁରୋ: ଅଣ୍ଡା ଓଡ଼ିଶାର, ଦର ପଡ଼ିଶାର । ଅଣ୍ଡାକୁ ନେଇ ସାରା ରାଜ୍ୟରେ ଗୋଟିଏ ପ୍ରକାର ଚର୍ଚ୍ଚା ସବୁବେଳେ ଲାଗିରହିଛି । କେତେବେଳେ ଦର ବୃଦ୍ଧିକୁ ନେଇ ତ, ଆଉ କେତେବେଳେ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟନ୍ନ ଭୋଜନରେ ମିଳୁନି ଅଣ୍ଡା । ହେଲେ ଏହା ପଛର କାହାଣି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

Advertisment
  • ଅଣ୍ଡା ଓଡ଼ିଶାର, ଦର ପଡ଼ିଶାର
  • ଆନ୍ଧ୍ର ନିର୍ଦ୍ଧାରଣ କରୁଛି ଅଣ୍ଡା ଦର 

ଆମେ ଯେଉଁ ଅଣ୍ଡା ଖାଉଛେ ତାହା  ଆମ ରାଜ୍ୟରେ ଉତ୍ପାଦନ ହେଉଥିଲେ ମଧ୍ୟ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ତାର ଦର ନିର୍ଦ୍ଧାରଣ କରୁଛି । ଯେଉଁଥିପାଇଁ ଆମେ ଚାହିଁଲେ ମଧ୍ୟ ଦର କମାଇବା ସମ୍ଭବପର ହୋଇ ପାରୁନାହିଁ ।  ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ସ୍କୁଲ ପର୍ଯ୍ୟନ୍ତ ଏବେ ସବୁଠି ଲୋଡ଼ା ପଡ଼ୁଛି ଅଣ୍ଡା । ଲେହର ଫାର୍ମ ବି ରହିଛି । ଅଣ୍ଡା ବି ଉତ୍ପାଦନ  ହେଉଛି । କୋରାପୁଟ ଜିଲ୍ଳାରେ ଯେତିକି ଫାର୍ମ ରହିଛି ତାହା ସମୁଦ୍ରକୁ ସଂଖେ । ତେଣୁ ଚାହିଦା ଅନୁସାରେ ପର୍ଯ୍ୟାପ୍ତ ଅଣ୍ଡା ମିଳୁନାହିଁ । ଯାହାକୁ ଆନ୍ଧ୍ର ପୂରଣ କରୁଛି । ଆନ୍ଧ୍ରରେ ଅଧିକ ଉତ୍ପାଦନ ହେଉଥିବାରୁ ଦର ଆନ୍ଧ୍ର ନିର୍ଧାରଣ କରୁଛି । ଯଦି ଓଡ଼ିଶା ମାଲିକ ଦର ନିର୍ଦ୍ଧାରଣ କରନ୍ତି, ତାହାହେଲେ ଆନ୍ଧ୍ର ସମ୍ପୁର୍ଣ୍ଣ ବ୍ୟବସାୟ ନିଜ କବଜାକୁ ନେଇଯାଉଛି ଯାହାକୁ ସମ୍ଭାଳି ପାରୁନାହାନ୍ତି ଓଡ଼ିଶା ଚାଷୀ। କାରଣ ଆମ ରାଜ୍ୟରେ ଅଧିକା ଲେହର ଫାର୍ମ ନାହିଁ ।  

ଲେହର ଫାର୍ମଟିଏ କରିବାକୁ ହେଲେ ମୋଟା ଅଙ୍କର ପଇସା ଦରକାର । ତେବେ ସବୁ ପ୍ରକାର ଆଧୁନିକ ପ୍ରଣାଳୀରେ ତିଆରି ହୋଇଛି ଫାର୍ମ । ଦିନକୁ  ୨୦ ରୁ ୨୫ ହଜାର ଅଣ୍ଡା ଉତ୍ପାଦନ ବି ହେଉଛି । କିନ୍ତୁ ଡ଼ିମାଣ୍ଡ ତୁଳନାରେ ଉତ୍ପାଦନ ନାହିଁ ।  ଆନ୍ଧ୍ରରେ ସରକାର ସବୁ ପ୍ରକାର ସହଯୋଗ କରୁଛନ୍ତି । ମୁଖ୍ୟତଃ କୁକୁଡ଼ା ଦାନା ପାଇଁ ସବସିଡ଼ି ରହିଛି, କିନ୍ତୁ ଆମ ରାଜ୍ୟରେ ନାହିଁ । ଆଉ ଏହାର ବୋଝ ଏହି ଫାର୍ମ ଉପରେ ପଡ଼ୁଛି । ଯାହାକୁ ଆନ୍ଧ୍ର ନିଦ୍ଧାରଣ କରୁଛି । ଅଣ୍ଡା ହୋଲସେଲକୁ ଆସିବ ତା ପରେ ଖୁଚୁରା ବଜାରକୁ ଯିବ । କିନ୍ତୁ ଥରେ ରେଟ୍‌ ବଡ଼ିଲେ ଆଉ କେହି ଖୁଚୁରା ବ୍ୟବସାୟୀ କମାଉ ନାହାନ୍ତି । 

ସରକାର ଧାନ, ମାଣ୍ଡିଆକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି । ଯଦି ଅଣ୍ଡା ଯୋଜନାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତେ ତାହାହେଲେ ଆମକୁ  ଅନ୍ୟ ରାଜ୍ୟ ଉପରେ ଆଉ ନିର୍ଭର କରିବାକୁ ପଡ଼ନ୍ତା ନାହିଁ । ବରଂ ଆହୁରି ଶସ୍ତାରେ ଲୋକେ ଅଣ୍ଡା ପାଇ ପାରନ୍ତେ ବୋଲି କୁହାଯାଉଛି ।