ପୁଣି କୋଟିଆରେ ପଶିଲାଣି ଆନ୍ଧ୍ର : କୋଟିଆରେ ପୁଣି ସକ୍ରିୟ ଆନ୍ଧ୍ର ଏଜେଣ୍ଟ

ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତର ଧୂଳିପଦର, ନାରେଡିବାଲସା, ତାଡିବାଲସା ଆଦି ଗାଁ ଲୋକ କୋଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ନେତୃତ୍ବରେ ପୂର୍ବତନ ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ।

ଅଦ୍ୟତନ ହୋଇଛି
Kotia Case

Kotia Case Photograph: (KANAK NEWS)

କନକ ବ୍ୟୁରୋ : କୋଟିଆରେ ପୁଣି ସକ୍ରିୟ ଆନ୍ଧ୍ର ଏଜେଣ୍ଟ । ତିନି ସୀମାନ୍ତ ଗ୍ରାମବାସୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତର ଧୂଳିପଦର, ନାରେଡିବାଲସା, ତାଡିବାଲସା ଆଦି ଗାଁ ଲୋକ କୋଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ନେତୃତ୍ବରେ ପୂର୍ବତନ ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଏଥିରେ ଆନ୍ଧ୍ରରେ ମିଶିବା ପାଇଁ ଆଲୋଚନା କରିଥିବା ଜଣାପଡ଼ିଛି । ରାଜନ ଦୋରା ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । କୋଟିଆ ପଞ୍ଚାୟତ ବାସିନ୍ଦାଙ୍କ ଆନ୍ଧ୍ର ପ୍ରଦେଶରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe