ପୁଣି ସୁନା ଦର ଉପରମୁହାଁ : ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୯୫ ହଜାର ୪୦୦

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି  । ଆଉ ଏହାର ପ୍ରଭାବ ସୁନା, ରୁପା ଦର ଉପରେ ପଡୁଛି  । 

Updated On

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି  । ଆଉ ଏହାର ପ୍ରଭାବ ସୁନା, ରୁପା ଦର ଉପରେ ପଡୁଛି  । 

ଅଦ୍ୟତନ ହୋଇଛି
gold hike 676

Photograph: (kanaknews)

କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି  । ଆଉ ଏହାର ପ୍ରଭାବ ସୁନା, ରୁପା ଦର ଉପରେ ପଡୁଛି  । ଗତ କିଛି ଦିନ ସୁନା, ରୁପା ଦର ସାମାନ୍ୟ ଖସିଥିବାବେଳେ ଏବେ ପୁଣିଥରେ ଉପରମୁହାଁ ହୋଇଛି ସୁନା ମୂଲ୍ୟ ।  ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯୫ ହଜାର ପାର କରିଛି ।

୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୯୫ ହଜାର ୪୦୦ ରହିଛି ।  ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍‌କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି । ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାବରେ ସୁନା, ରୁପା ମୂଲ୍ୟ ବି ଆକାଶ ଛୁଆଁ ହୋଇଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe