କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି  । ଆଉ ଏହାର ପ୍ରଭାବ ସୁନା, ରୁପା ଦର ଉପରେ ପଡୁଛି  । ଗତ କିଛି ଦିନ ସୁନା, ରୁପା ଦର ସାମାନ୍ୟ ଖସିଥିବାବେଳେ ଏବେ ପୁଣିଥରେ ଉପରମୁହାଁ ହୋଇଛି ସୁନା ମୂଲ୍ୟ ।  ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୯୫ ହଜାର ପାର କରିଛି ।

Advertisment

୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୯୫ ହଜାର ୪୦୦ ରହିଛି ।  ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍‌କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି । ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାବରେ ସୁନା, ରୁପା ମୂଲ୍ୟ ବି ଆକାଶ ଛୁଆଁ ହୋଇଯାଇଛି ।