ପୁଣି ତେଜିଲା ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବି: ଅଧିକାର ପାଇଁ ଏକାଠି ହେଲେ ଆଦିବାସୀ

Advertisment

ଜଙ୍ଗଲ ଜମି ଅଧିକାର ନେଇ ପୁଣି ରାଜରାସ୍ତାରେ ଆଦିବାସୀ। ଜଙ୍ଗଲ ସମ୍ବଳ ଉପରେ ଆଦିବାସୀଙ୍କୁ ଗୋଷ୍ଠୀଗତ ଅଧିକାରୀ ପ୍ରଦାନ ନେଇ ଜଂଗଲ ଅଧିକାର ଆଇନରେ ବ୍ୟବସ୍ଥା ରହିଛି। ବର୍ଷ ବର୍ଷ ଧରି ଏହି ଅଧିକାରରୁ ଆଦିବାସୀ ବଂଚିତ ହେଉଥିବା ଅଭିଯୋଗ ହୋଇଛି।

ଜଙ୍ଗଲ ଜମି ଅଧିକାର ନେଇ ପୁଣି ରାଜରାସ୍ତାରେ ଆଦିବାସୀ। ଜଙ୍ଗଲ ସମ୍ବଳ ଉପରେ ଆଦିବାସୀଙ୍କୁ ଗୋଷ୍ଠୀଗତ ଅଧିକାରୀ ପ୍ରଦାନ ନେଇ ଜଂଗଲ ଅଧିକାର ଆଇନରେ ବ୍ୟବସ୍ଥା ରହିଛି। ବର୍ଷ ବର୍ଷ ଧରି ଏହି ଅଧିକାରରୁ ଆଦିବାସୀ ବଂଚିତ ହେଉଥିବା ଅଭିଯୋଗ ହୋଇଛି।

dsd

କନକ ବ୍ୟୁରୋ: ଜଙ୍ଗଲ ଜମି ଅଧିକାର ନେଇ ପୁଣି ରାଜରାସ୍ତାରେ ଆଦିବାସୀ। ଜଙ୍ଗଲ ସମ୍ବଳ ଉପରେ ଆଦିବାସୀଙ୍କୁ ଗୋଷ୍ଠୀଗତ ଅଧିକାରୀ ପ୍ରଦାନ ନେଇ ଜଂଗଲ ଅଧିକାର ଆଇନରେ ବ୍ୟବସ୍ଥା ରହିଛି। ବର୍ଷ ବର୍ଷ ଧରି ଏହି ଅଧିକାରରୁ ଆଦିବାସୀ ବଂଚିତ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏକାଠି ହୋଇଛନ୍ତି ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀ। ତେବେ ଆଦିବାସୀଙ୍କୁ ତୁରନ୍ତ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ। ନଚେତ୍ ଆନ୍ଦୋଳନକୁ ଆହୁରି ତିବ୍ର ହେବ ବୋଲି ଚେତାବନୀ ଦେଇଛି ଆଦିବାସୀ ମହାଗ୍ରାମସଭାର କର୍ମକର୍ତ୍ତା ।

ମାଲାକନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଛନ୍ତି ୨୩୪ଟି ଗାଁର ଲୋକ। ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ ଓ ସଂଶୋଧିତ ନାୟମ ୨୦୧୨ ଅନୁଯାୟୀ..ଜଙ୍ଗଲ ଜମିର ଗୋଷ୍ଠୀ ପଟ୍ଟା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଆଦିବାସୀ। ଗ୍ରାମସଭାର ପଦାଧିକାରୀ, ଜନପ୍ରତିନିଧି ଓ ହଜାର ହଜାର ଆଦିବାସୀ ଏକାଠି ହୋଇ ଦାବି ଉପସ୍ଥାପନ କରିଛନ୍ତି ।

ଗୋଷ୍ଠୀ ଅଧିକାର ପଟ୍ଟା ପ୍ରଦାନ ଲାଗି ୨୦୧୮-୧୯ରୁ ଜିଲ୍ଲାରେ ଉପଖଣ୍ଡିୟ ଓ ଜିଲ୍ଲା ସ୍ତରୀୟ କମିଟିର ଅନୁମୋଦନ ମିଳିସାରିଛି । ତେବେ ବର୍ଷ ବର୍ଷ ଧରି କାହିଁକି ପଟ୍ଟା ପ୍ରଦାନ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି  ଗ୍ରାମସଭା କମିଟି ସଦସ୍ୟ। 
ବିଶେଷ କରି ଜଙ୍ଗଲ ଆଇନ ଅଧିକାର ଆଇନ ୨୦୦୬ର ଧାର ୫ଅନୁସାରେ,

ଜଙ୍ଗଲ ଜମିର ଗୋଷ୍ଠୀଗତ ଅଧିକାର ସହ
ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ, 
ପୁନଃ-ପ୍ରଜନନ ଓ ବନ୍ୟଜନ୍ତୁକୁ ସୁରକ୍ଷା 
ଲୋପ ପାଉଥିବା ଆଦିବାସୀଙ୍କ ପାରମ୍ପାରିକ କଳା ସଂସ୍କୃତିକୁ ବଞ୍ଚାଇ ରଖିବା

ଲଘୁ ବନଜାତ ଦ୍ରବ୍ୟ ଗୁଡିର ଗୋଷ୍ଠୀଗତ ଆକାରରେ କିଣାବିକାର ଅଧିକାର ଆଦିବାସୀଙ୍କୁ ପ୍ରଦାନ କରାଯିବ।  ମାଲକାନଗିରିରେ କୋୟା, ବଣ୍ଡା, ଦିଦାୟୀ, କନ୍ଧ, ଗାଦବା ପରି ଭିନ୍ନଭିନ୍ନ ପ୍ରଜାତୀର ଆଦିବାସୀ ରହୁଛନ୍ତି। ଜୀବନ ଜିବିକା ଲାଗି ଟୋଲ, ମହୁଲ, ତେନ୍ତୁଳି, କେନ୍ଦୁପତ୍ର, ଝୁଣା ଆଦି ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ଆଇନ ଅନୁଯାଇ ଅଧିକାର ପ୍ରଦାନ କରାଗଲେ ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ଉନ୍ନତ ହୋଇପାରନ୍ତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe