କନକବ୍ୟୁରୋ : ବିଜେପିର ଜନଜାତି ସଙ୍କୁଳ ବିକାଶ ପରିଯୋଜନା କର୍ମଶାଳା । ଯୋଗ ଦେବେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ସହ ପ୍ରଭାରୀ ଏବଂ ସହ ପ୍ରଭାରୀ ।  କର୍ମଶାଳାରେ ସାମିଲ ହେବେ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ ।  ଆଦିବାସୀଙ୍କ ବିକାଶ ଏବଂ ସରକାରୀ ଯୋଜନାରେ ଗ୍ରାଉଣ୍ଡରେ ପହଞ୍ଚାଇବାକୁ ହେବ ମାନସ ମନ୍ଥନ  ।  ପ୍ରତ୍ୟେକ ଜନଜାତି ବିଧାୟକ ଏବଂ ସାଂସଦଙ୍କୁ କିଛି ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଦିଆଯିବ ଦାୟିତ୍ୱ ।

Advertisment

ପୋଷ୍ୟ ଗ୍ରାମରେ କେତେ ଯୋଜନା କାର୍ଯ୍ୟକାରୀ ହୋଇଛି ।  ବଂଚିତ ହିତାଧିକାରୀଙ୍କୁ କେମିତି କରାଯିବ ସାମିଲ ।  ଆଦିବାସୀ ଅଞ୍ଚଳରେ କେମିତି ବଢିବ ଆୟ , ସେନେଇ ହେବ ଆଲୋଚନା ।  ଆଦିବାସୀଙ୍କୁ ଆତ୍ମନିର୍ଭର ଆଉ ଦାଦନ ମୁକ୍ତ ଆଦିବାସୀ ଅଞ୍ଚଳ କରିବା ଏହି କର୍ମଶାଳର ଲକ୍ଷ୍ୟ ।  ଏହା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଏଲ ସନ୍ତୋଷ ନେବେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ ବୈଠକ। ପ୍ରଥମେ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ ।  ଯେଉଁଥିରେ ନୂଆପଡା ଉପନିର୍ବାଚନ ସହ ରାଜ୍ୟ କମିଟି ନେଇ କରିବେ ଆଲୋଚନା ।  ପରେ ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସହ କରିବେ ଆଲୋଚନା ।