ବିପଦରେ ଯାଜପୁରର ‘ଅଠରନଳା’: ବିକାଶ ଆଳରେ ଅବହେଳିତ ଐତିହ୍ୟ, ପାଲଟିଛି ସହରର ଆବର୍ଜନା କୁଣ୍ଡ

ଶ୍ରୀକ୍ଷେତ୍ର ଭଳି ବିରଜା କ୍ଷେତ୍ରରେ ଅଛି ଅଠରନଳା । ରକ୍ଷାଣବେକ୍ଷଣ ଅଭାବରୁ ପୋତି ହୋଇଗଲାଣି ୭ଟି ଦ୍ୱାର । ପ୍ରଚାର ପ୍ରସାର ଅଭାବରୁ ଐତିହ୍ୟ ସଂପର୍କରେ ଜାଣିପାରୁନାହାନ୍ତି ଯାଜପୁର ଆସୁଥିବା ପର୍ଯ୍ୟଟକ ।

Jajpur Atharnala

କନକ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରାସ୍ତାରେ ପଡ଼ୁଥିବା ଅଠରନଳା ପବିତ୍ରତାର ପ୍ରତୀକ । ପ୍ରକୃତି ଓ ପୁରୁଷର ମିଳନ ସ୍ଥଳ ଏହି ଅଠରନଳାରେ ୧୮ଟି ଦ୍ୱାର ରହିଛି । ପୁରୀର ଅଠରନଳାଠାରୁ ବହୁ ପ୍ରାଚୀନ ଏହାର ଅଧିକାଂଶ ନଳା ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି । 

ଶ୍ରୀକ୍ଷେତ୍ର ଭଳି ବିରଜା କ୍ଷେତ୍ରରେ ରହିଛି ପ୍ରାଚୀନ ଐତିହ୍ୟ ‘ଅଠରନଳା’ । ଅନାବନା ଗଛଲତା ଓ ଅଳିଆ ଆବର୍ଜନାରେ ପୋତି ହେବାକୁ ବସିଲାଣି ଅଠରନଳାର ୭ଟି ଦ୍ୱାର। ଅଧିକାଂଶ ଅଞ୍ଚଳ ଜବରଦଖଲକାରୀଙ୍କ କବଜାରେ ରହିଛି । ଶ୍ରଦ୍ଧାଳୁ ଯାଜପୁର ଆସି ମା’ ବିରଜାଙ୍କ ଦର୍ଶନ କରୁଛନ୍ତି, କିନ୍ତୁ ଅଠରନଳା ବାବଦରେ ଜାଣିପାରୁନାହାନ୍ତି । ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶାସନର ଅଣଦେଖା ଯୋଗୁଁ କେବେ ସମ୍ପୂର୍ଣ୍ଣ ମାଟିରେ ମିଶିଯିବ କହିହେଉନି ।

ଖାଲି ଅଠରନଳା ନୁହେଁ, ଏହା ଉପରେ ଥିବା ପୋଲ ବି ବିପଦସଙ୍କୁଳ ଅବସ୍ଥାରେ । ଦୈନିକ ହଜାର ହଜାର ଗାଡ଼ି ଯାତାୟାତ କରୁଥିବାରୁ ଏହା ଦୁର୍ବଳ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ପୋଲର ସୁରକ୍ଷା ନାଁରେ ଫଳକ ମାରି କାମ ସାରିଦେଇଛି ବିଭାଗ । ଏହି ଐତିହ୍ୟକୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବାକୁ ହେଲେ ପୁରୀର ଅଠରନଳା ଭଳି ଯାଜପୁର ଅଠରନଳାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe