କନକ ବ୍ୟୁରୋ : ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସ୍ବର୍ଗତ ଅନନ୍ତ ଦାସଙ୍କୁ ଗାର୍ଡ ଅଫ ଅନର । ଶେଷ ଦର୍ଶନ କଲେ ସବୁ ଦଳର ରାଜନେତା । ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଚସ୍ପତି ସୁରୁମା ପାଢ଼ି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଜେଡି ବିଧାୟକ ପ୍ରତାପ ଦେବ, ଅନନ୍ତ ନାରାୟଣ ଜେନା, ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହାପୂର୍ବରୁ ଭୁବନେଶ୍ବର ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଲୋକେ ଆସି ଅନନ୍ତ ଦାସଙ୍କ ଅନ୍ତିମ ଦର୍ଶନ କରିଥିଲେ ।
ଭୋଗରାଇର ପୂର୍ବତନ ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସ ଶୋକ ପ୍ରକାଶ କରିଛନ୍ତି । ଆଜି ଭୋର ସାଢେ ୩ଟା ବେଳେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଭୋଗରାଇରୁ ଲଗାତର ୪ ଥର ବିଧାୟକ ହୋଇଥିଲେ ଅନନ୍ତ ଦାସ । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ହୋଇଥିଲେ। ୨୦୧୪ରେ ସେ ଦୁଇଟି ବିଭାଗର ମନ୍ତ୍ରୀ ହୋଇଥିଲେ । ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ମନ୍ତ୍ରୀ ହୋଇଥିଲେ ଅନନ୍ତ ଦାସ । ବିଧାୟକ ହେବା ପୂର୍ବରୁ ବିଡିଓ, ତହସିଲଦାର ଏବଂ ପୁରୀରେ ନବକଳେବର ସମୟରେ ଏଡିଏମ୍ ମଧ୍ୟ ହୋଇଥିଲେ । ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କୁରୁଠିଆରେ ସେ ଜନ୍ମଗ୍ରହଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/09/zP1NoPI058Z42RPFOWjB.jpg)