କନକ ବ୍ୟୁରୋ : ଆଉ ନାହାଁନ୍ତି ଅନନ୍ତ ଦାସ । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ୮୫ ବର୍ଷ ବୟସରେ ଆଖିବୁଜିଛନ୍ତି ଅନନ୍ତ । ମୃତ୍ୟୁ ନେଇ ପୁଅ ବିଶ୍ବଜିତ୍ ଦାସ ଦେଲେ ସୂଚନା । ଭୋଗରାଇର ପୂର୍ବତନ ବିଧାୟକ ଥିଲେ ଅନନ୍ତ ଦାସ । ବିଧାନସଭାକୁ ୪ ଥର ହୋଇଥିଲେ ନିର୍ବାଚିତ । ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ଥିଲେ ଅନନ୍ତ । ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗରେ ମନ୍ତ୍ରୀ ଥିଲେ ଅନନ୍ତ ଦାସ ।
ଏହା ସହି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଜଣେ ଦକ୍ଷ ସଂଗଠକ ସହ ବାଲେଶ୍ବର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଥିଲେ ଅନନ୍ତ । ଅନେକ ସମୟରେ ସେ ଦଳ ପାଇଁ ସଂଗଠନ ଦାୟିତ୍ବ ତୁଲାଇ ସଫଳ ହୋଇଛନ୍ତି । ବାଲେଶ୍ବରରେ ବିଜେଡିକୁ ଶକ୍ତିଶାଳୀ କରିବାରେ ତାଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା ।
ଅନନ୍ତ ଦାସ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅନନ୍ତ ଦାସ ୧୯୪୦ ମସିହାର ଅଗଷ୍ଟ ମାସ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବାପା କାର୍ତ୍ତିକ ଚନ୍ଦ୍ର ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର । ତାଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୮,୫୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧,୬୮୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସମୁଦାୟ ୭୩,୪୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୧୭,୬୫୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସମୁଦାୟ ୭୬,୭୬୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସଦାଶିବ ଦାସଙ୍କୁ ୧୯,୫୧୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅନନ୍ତ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।