କନକ ବ୍ୟୁରୋ : ବିଜେଡିରେ ବଡ଼ ହଲଚଲ । ନବୀନ ନିବାସ ପହଞ୍ଚୁଛନ୍ତି ବଡ଼ ନେତା । ଦଳରେ ବିବାଦ ଭିତରେ ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂଦେଓ ନବୀନ ନିବାସରେ ପହଞ୍ଚିଛନ୍ତି । କଳିକେଶ ସିଂଦେଓ ମଧ୍ୟ କିଛି ସମୟ ତଳେ ନବୀନଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଦଳର ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ନେତା । ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ । ଗତକାଲି ଏନେଇ ମୁନ୍ନା ଖାଁ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ ।
ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍ ଦେବା ଏବଂ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼ । ଭୋଟ ଦାନରୁ ନିବୃତ୍ତ ରହିବା ପଛରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଦେବାଶିଷ । ଏବେ ବି ଦଳରେ ପାଣ୍ଡିଆନଙ୍କ ନିଷ୍ପତି ଚାଲୁଛି ବୋଲି ପରୋକ୍ଷରେ ଆକ୍ଷେପ କରିଥିଲେ ସାଂସଦ ଦେବାଶିଷ ସାମନ୍ତ ରାୟ । ଦେବାଶିଷଙ୍କ ସହ ସ୍ବର ମିଶାଇ ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ପାଣ୍ଡିଆନଙ୍କୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି । ସେପଟେ କଟକ ମେୟର ସୁବାଷ ସିଂ ପାଣ୍ଡିଆନଙ୍କ ସପକ୍ଷରେ ବାହାରିବା ସହ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ତ୍ରିପାଠୀଙ୍କ ସହ ବାକ୍ ଯୁଦ୍ଧକୁ ଓହ୍ଲାଇଥିଲେ । ପାଣ୍ଡିଆନଙ୍କୁ ନେଇ ଏବେ ବିଜେଡି ଫାଳ ଫାଳ ହୋଇ ଯାଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/04/08/edpADAIC3X2gnVbMOFjc.jpg)