Photograph: (kanak news)
କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ କଟୁରି ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ପ୍ରତାପ ମଳିକ ରାଗି ଏକ କଟୁରୀରେ ସ୍ତ୍ରୀ ଭାରତୀଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ ।
ପାଖ ପଡୋଶୀ ସହାୟତାରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ କୁ ସ୍ଥାନାନ୍ତର କରାଯାଇଛି । ପ୍ରତାପ ସ୍ତ୍ରୀଙ୍କୁ ଆକ୍ରମଣ କରି କାଲି ଫେରାର ହୋଇଯାଇଥିଲା । ଆଜି ସକାଳୁ ଗାଁଲୋକ ଏକ ପୋଖରୀ ନିକଟରେ ଚେତାଶୁନ୍ୟ ଅବସ୍ଥାରେ ପ୍ରତାପଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କ ପାଖରେ ଏକ ବିଷ ବୋତଲ ଓ ରକ୍ତାକ୍ତ କଟୁରୀ ଉଦ୍ଧାର କରିଛନ୍ତି। ପ୍ରତାପ ମଧ୍ୟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛି ।
ଆହୁରି ପଢନ୍ତୁ :ଷ୍ଟାର୍ ହେବା ପୂର୍ବରୁ ଓଡ଼ିଶା ଆସିଥିଲେ ମାହି, ଏହି ଷ୍ଟାଡିୟମରେ ଖେଳିଥିଲେ ମ୍ୟାଚ୍
Follow Us