କେନ୍ଦ୍ରାପଡାରେ ଅଭାବନୀୟ ଘଟଣା : ସ୍ତ୍ରୀକୁ କଟୁରୀରେ ହାଣି ସ୍ବାମୀ କଲା ହତ୍ୟା

Advertisment

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀକୁ କଟୁରି ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀକୁ କଟୁରି ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

28

Photograph: (kanak news)

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ କଟୁରି ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପାରିବାରିକ କଳହ ଯୋଗୁଁ  ସ୍ୱାମୀ ପ୍ରତାପ ମଳିକ ରାଗି ଏକ କଟୁରୀରେ ସ୍ତ୍ରୀ ଭାରତୀଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ । 

ପାଖ ପଡୋଶୀ ସହାୟତାରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ କୁ ସ୍ଥାନାନ୍ତର କରାଯାଇଛି । ପ୍ରତାପ ସ୍ତ୍ରୀଙ୍କୁ ଆକ୍ରମଣ କରି କାଲି ଫେରାର ହୋଇଯାଇଥିଲା । ଆଜି ସକାଳୁ ଗାଁଲୋକ ଏକ ପୋଖରୀ ନିକଟରେ ଚେତାଶୁନ୍ୟ ଅବସ୍ଥାରେ ପ୍ରତାପଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କ ପାଖରେ ଏକ ବିଷ ବୋତଲ ଓ ରକ୍ତାକ୍ତ କଟୁରୀ ଉଦ୍ଧାର କରିଛନ୍ତି। ପ୍ରତାପ ମଧ୍ୟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛି ।

 ଆହୁରି ପଢନ୍ତୁ  :ଷ୍ଟାର୍ ହେବା ପୂର୍ବରୁ ଓଡ଼ିଶା ଆସିଥିଲେ ମାହି, ଏହି ଷ୍ଟାଡିୟମରେ ଖେଳିଥିଲେ ମ୍ୟାଚ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe