କନକବ୍ୟୁରୋ: ଜ୍ବରରେ ଆକ୍ରାନ୍ତ ୩୦ ପରିବାର । ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ଗାଁରେ ଆତଙ୍କ ଖେଳାଇଛି ଏହି ଅଜଣା ଜ୍ବର । ଗାଁ’ର ୯ ଓ ୧୦ ନମ୍ୱର ୱାର୍ଡରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଜ୍ୱରରେ ପୀଡ଼ିତ ହୋଇ ରହିଛନ୍ତି ।
ପ୍ରଥମେ ଜ୍ୱର ତା’ ପରେ ଗୋଡ଼ ହାତ ବିନ୍ଧା ସହ ଗୋଡ଼ ହାତ ଫୁଲିଯାଉଥିବା ଅଭିଯୋଗ କରିଛନ୍ତି ଆକ୍ରାନ୍ତ ମହିଳା। କିଛି ଲୋକେ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅଧିକାଂଶ ଲୋକେ ଘରେ ପଡ଼ି ରହିଛନ୍ତି ।
କେଉଁ କାରଣରୁ ଏହି ରୋଗ ବଢ଼ିବାରେ ଲାଗିଛି, ତାକୁ ନେଇ ଭୟଭୀତ ଅଛନ୍ତି ଗ୍ରାମବାସୀ । ଏକ ଡ଼ାକ୍ତରୀ ଟିମ୍ ଗଠନ କରି ତଦନ୍ତ କରାଯିବ ବୋଲି କହିଛନ୍ତି ବିରିକୋଟ ମେଡିକାଲ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/KSmXWshILcGqY6dwm3m9.jpg)