କନକ ବ୍ୟୁରୋ : ୨ ଟଙ୍କା ପାଇଁ ଗୁଳିମାଡ଼। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡାରେ ଅଭାବନୀୟ ଘଟଣା। ଗୁଳିମାଡ଼ରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ନାଲଗୁଣ୍ଡା ଖେରଙ୍ଗ ରାସ୍ତା ମଝିରେ ଥିବା ଏକ ଦୋକାନକୁ ଆସିଥିଲେ ୬ଜଣ ଯୁବକ । ଦୋକାନୀଙ୍କୁ କୋଲଡ୍ରିଙ୍କ ପିଇବାକୁ ମାଗିଥିଲେ । ଥଣ୍ଡା ପାନୀୟର ଦାମ ୧୦ ଟଙ୍କା ଥିବା ବେଳେ ଦୋକାନୀ ସେମାନଙ୍କ ଠାରୁ ୧୨ ଟଙ୍କା ରଖିଥିଲେ । ଯାହାକୁ ନେଇ ହଠାତ୍ ରାଗି ଯାଇ ଗୁଳିମାଡ଼ କରିଥିଲେ । ପାଖାପାଖି ୬ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ ଏହି ଯୁବକମାନେ। ଦୋକାନୀ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।