କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ମେଡିକାଲ ପରିସରରେ ଦେଖାଦେଇଛି ଉତ୍ତେଜନା । ସୂଚନା ମୁତାବକ ରାଇବଣିଆ ଥାନା ମାକିଡିଆର କାହ୍ନୁ ଚରଣ ପାଲଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାକୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡେଲିଭରୀ ରୁମକୁ ନେବା ପୂର୍ବରୁ ପ୍ରଥମେ ଅଲଟ୍ରାସାଉଣ୍ଡ କରାଯାଇଥିଲା । ଅଲଟ୍ରାସାଉଣ୍ଡ ରିପୋର୍ଟ ମୁତାବକ ମହିଳାଙ୍କ ପେଟରେ ୨ଟି ପିଲା ଥିବା କୁହାଯାଇଥିଲା । ହେଲେ ଡେଲିଭରୀରେ କେବଳ ଗୋଟିଏ ପିଲା ଜନ୍ମ ହୋଇଥିବା କଥା ଡାକ୍ତର ସୂଚନା ଦେଇଥିଲେ । ଏହାକୁ ନେଇ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ । ଏହାସହ ସେମାନେ ଡାକ୍ତରଖାନା ପରିସରରେ ହୋ ହାଲ୍ଲା କରିଛନ୍ତି । ସେମାନଙ୍କ କହିବା କଥା ଅଲଟ୍ରାସାଉଣ୍ଡ ରିପୋର୍ଟରେ ଦୁଇଟି ପିଲା ଥିବା କଥା କୁହାଯାଉଥିବା ବେଳେ ଆଉ ଗୋଟିଏ ପିଲା କୁଆଡେ ଗଲା । ।
ଏହାକୁ ନେଇ ମେଡ଼ିକାଲ ପରିସରରେ କିଛି ସମୟ ପର୍ୟ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଛି।
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଅଲଟ୍ରାସାଉଣ୍ଡରେ ଯାଆଁଳା ପିଲା, ହେଲେ ଜନ୍ମ ବେଳକୁ ଗୋଟିଏ
ଡେଲିଭରୀ ରୁମକୁ ନେବା ପୂର୍ବରୁ ପ୍ରଥମେ ଅଲଟ୍ରାସାଉଣ୍ଡ କରାଯାଇଥିଲା । ଅଲଟ୍ରାସାଉଣ୍ଡ ରିପୋର୍ଟ ମୁତାବକ ମହିଳାଙ୍କ ପେଟରେ ୨ଟି ପିଲା ଥିବା କୁହାଯାଇଥିଲା । ହେଲେ ଡେଲିଭରୀରେ କେବଳ ଗୋଟିଏ ପିଲା ଜନ୍ମ ହୋଇଥିବା କଥା ଡାକ୍ତର ସୂଚନା ଦେଇଥିଲେ ।
/kanak/media/media_files/2025/05/14/jFe3vB9iMV8fdkr3H53W.jpg)