କନକ ବ୍ୟୁରୋ: ଲୁଟ୍ କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା । ବିରୋଧ କରିବାରୁ ବୃଦ୍ଧାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ । ଗାଁକୁ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁର୍ବୃତ୍ତ । ଗାଁର କୌଶଲ୍ୟା ପତି ଓ ତାଙ୍କ ଝିଅ ଘରେ ଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିବା ପାଇଁ ଘରେ ପଶିଥିଲେ । ଉଭୟ ମା’ ଝିଅ ଦୁର୍ବୃତ୍ତଙ୍କୁ ଦେଖି ଦେବାରୁ ସେମାନେ ମା’ ଝିଅଙ୍କୁ ଆକ୍ରମଣ କରିଥିଲେ । ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଝିଅର ପାଟି ଶୁଣି ଘର ପାଖ ଲୋକେ ପହଞ୍ଚିବାରୁ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଯାଜପୁର, ଧର୍ମଶାଳା ତିଗିରିଆ ଗାଁରେ ଅଭାବନୀୟ ଘଟଣା: ଡକାୟତି କରିବାକୁ ଆସି ବୃଦ୍ଧାଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ
ଲୁଟ୍ କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା । ବିରୋଧ କରିବାରୁ ବୃଦ୍ଧାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଟିଗିରିଆ ଗାଁରେ । ଗାଁକୁ ଚୋରି କରିବା ପାଇଁ ଘରେ ପଶିଥିଲେ ଦୁର୍ବୃତ୍ତ ।
/kanak/media/media_files/2025/04/05/3UtCBRqC27QAtwc7v1rK.jpg)